Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

RAMESH KUMAR BEHERA

Abstract Inspirational Others

3  

RAMESH KUMAR BEHERA

Abstract Inspirational Others

ରଙ୍ଗମଞ୍ଚ

ରଙ୍ଗମଞ୍ଚ

1 min
279


ଦୁନିଆ ଟା ରଙ୍ଗ ମଞ୍ଚ     ଆମେ ସବୁ କଳାକାର       

         ରଙ୍ଗ ବୋଳି ହୋଇ ମୁହଁ ରେ 

କାହା ପାଖେ କେଉଁ ରୂପେ   ହସ ଖୁସି ଦୁଃଖ କାନ୍ଦ 

       ଅଭିନୟ କରି ଯାଉ ରେ |

ଜନମ ଦିନ ରୁ ନେଇ     ମଶାଣି ର ଜୁଇ ଯାଏ 

      ସତେ ଗୋଟେ ଗୋଟେ ନାଟକ  

ସେହି ନାଟକ ରେ ସତେ   କିଏ ଜିତେ କିଏ ହାରେ

      କାହା ପାଖେ କେଉଁ ସମ୍ପର୍କ |

ମାଆ କୋଳେ ଥିଲା ବେଳେ  ଶିଶୁ କଳାକାର ପରି 

        ମନ କିଣୁ ଥାଏ ସଭିଙ୍କ 

ସେହି ଦିନେ ବଡ଼ ହେଲେ    ଆପଣା ପର ର ଭାବ 

         ଯୋଡ଼େ ଭାଙ୍ଗେ କେତେ ସମ୍ପର୍କ |

ନାୟକ ର ଭୂମିକା ରେ      କିଏ ସବୁ ସହି ଯାଏ 

          କିଏ ପୁଣି ଖଳନାୟକ 

କାହା ଜୀବନ ଟା ଖୁସି      ସତେ ହାସ୍ୟ ଅଭିନେତା 

         କିଏ ପାଏ ନାହିଁ ଆଲୋକ |

ସ୍ନେହ, ଶ୍ରଦ୍ଧା, ପ୍ରେମ ଭକ୍ତି     କାହା ପାଇଁ ମୂଲ୍ୟବାନ 

          କାହା ପାଇଁ ତୁଛ ଜୀବନ 

ମରି ମରି ବଞ୍ଚେ କିଏ        ହରେଇବା ଦୁଃଖ ନେଇ

          କାହା ପାଇଁ ମିଠା ସପନ |

ଯେମିତି ବି ଯିଏ ବଞ୍ଚୁ       କିବା ଖୁସି କିବା ଦୁଃଖେ 

          ମୃତ୍ୟୁ ଏକା ସତ ଜୀବନେ 

ସାରିଦିଏ ଶେଷ ଦୃଶ୍ୟ       ସଂଳାପ ର ଅନ୍ତସ୍ୱରେ  

         ଧୀରେ ଧୀରେ ଆସି ଗୋପନେ |

        


Rate this content
Log in