Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAMESH KUMAR BEHERA

Inspirational Children

3  

RAMESH KUMAR BEHERA

Inspirational Children

ମୋ ଓଡିଶା

ମୋ ଓଡିଶା

1 min
254


ମା' ପରି ଯିଏ ପାଳୁଛି ମୋତେ         

    ପାଣି ପବନ ଦେଇ 

ସେହି ଜନନୀ ସେହି ମୋ ଧାତ୍ରୀ 

           ସେହି ଓଡିଶା ଭୂଇଁ |

ତାହାରି କୋଳେ ଜନମି ଥିଲେ 

           ଲେଖକ, କବି କେତେ 

ତାହାରି ଗୁଣ ଗାଇ ହୋଇଲେ 

            ଅମର ଆଜି ସତେ |

ବୀର ପୁରୁଷ, ସମାଜ ସେବୀ 

            ଯାହାର ଯୋଗ୍ୟ ସୁତ 

ସେହି ରାଇଜେ ଜନମ ହୋଇ 

           କାହିଁକି ଆମେ ସୁପ୍ତ |

ଯେଉଁ ରାଇଜ ଐତିହ୍ୟ କିର୍ତ୍ତୀ 

            ବିଶ୍ୱେ ପଡିଛି ହୁରି 

କୋଣାରକ ର ସୂର୍ଯ୍ୟ ମନ୍ଦିର 

             ବଡ ଠାକୁର ପୁରୀ |

ଜଗତ ନାଥ ରାଜା ଯେଉଁଠି 

           ଆମେ ତାଙ୍କର ପ୍ରଜା 

କର୍ମ ରେ ବୀର ହୁଅ ହେ ଭାଇ 

            ଉଡ଼ାଅ ତାଙ୍କ ଧ୍ୱଜା |

ବୀର ମାଟିରେ ଜନମ ହୋଇ 

         ଭୀରୁ ଯେ ହେବା ନାହିଁ 

ସତ କାର୍ଯ୍ୟ ରେ ସତ କର୍ମ ରେ 

          ଜୀବନ ଦେବା ଦେଇ |

     


Rate this content
Log in

Similar oriya poem from Inspirational