Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAMESH KUMAR BEHERA

Abstract Children Stories Inspirational

4  

RAMESH KUMAR BEHERA

Abstract Children Stories Inspirational

ରଜ "ସେଦିନ ଆଉ ଆଜି..

ରଜ "ସେଦିନ ଆଉ ଆଜି..

1 min
293


ସେଦିନ ର ରଜ ଆଉ ସଜବାଜ

       ସେଦିନ ର ପିଠା ପଣା

ଆଜିର ମଉଜ ଆଧୁନିକ ରଜ

        ସମସ୍ତଙ୍କୁ ଏଠି ଜଣା ||

ବନସ୍ତରେ ଆଉ ଗଜ ଡାକୁ ନାହିଁ

        ବିପଦରେ ଗଜ ଆଜି 

ବନସ୍ତ ବଦଳେ କଂକ୍ରିଟ ଜଙ୍ଗଲ

        ସେଦିନ ପାଉନି ଖୋଜି ||

ଘରେ ହେଉଥିଲା ପିଠା ପଣା ଖିରି

          ବନ୍ଧୁ ଆସୁଥିଲେ ବୁଲି

ରଜ ପାନ ସାଥେ ପୋଡ଼ ପିଠା ଖିଆ

          ହସୁ ଥିଲେ ଖିଲି ଖିଲି ||

ଗାଁ ଆମ୍ବ ତୋଟା ଉଛୁଳି ଉଠଇ

       ଦୋଳି ସାଥେ ରଜ ଗୀତ

ଗାଁ ସାରା ଝିଅ ଗୋଟିଏ ଜାଗାରେ

       ବଉଳ, ସଙ୍ଗାତ ମିତ ||

ଗାଁ ର ଯୁବକ ଏକାଠି ହୁଅନ୍ତି

        ବାଗୁଡ଼ି ଖେଳନ୍ତି ମିଶି

ଲୁଡୁ ତାସ ରେ ସମୟ ବିତାନ୍ତି

        ଏକ ମନ ହୋଇ ହସି ||

ଓଡିଶା ସଂସ୍କୃତି ପରମ୍ପରା ନେଇ

         ପହିଲି ଆଷାଢ଼ ଆସେ

ଚଷା ପୁଅ ଏଠି ସଜ ହେଉ ହେଉ

          ଆନନ୍ଦ ଉଲ୍ଲାସେ ଭାସେ ||

ଆଜି କିନ୍ତୁ ରଜ ଆସୁଛି ସେମିତି

       ନାହିଁ ପିଠା ପଣା ଖିଆ

ଆଜିବି କୁଣିଆ ଘରକୁ ଆସନ୍ତି

        କୋଲଡ୍ରିଂକ୍ସ ହୁଏ ଥୁଆ ||

ଆମ୍ବ ତୋଟା ଆଉ ଗାଁ ମୁଣ୍ଡେ ନାହିଁ

        ଗାଁ ଝିଅ ଟିଭି ପାଖରେ

ମୋବାଇଲ ଖଣ୍ଡେ ହାତରେ ଧରି

         ସେଲ୍ଫି ଛାଡ଼ନ୍ତି ଇନଷ୍ଟା ରେ ||

ଗାଁ ର ଯୁବକ ମଦ ମାଂସ ଖାଇ

      ରଜ ରେ କରନ୍ତି ମସ୍ତି

ମଦ ନିଶା ଟିକେ ଅଧିକା ହୋଇଲେ

      ଛାଡି ଯାଏ ସବୁ ଦୋସ୍ତି |

ସଂସ୍କୃତି ଆମର ପରମ୍ପରା ଆମ

      ଜାଣେ ନାହିଁ ଜମା ଯିଏ

ମଡର୍ନ ଗୀତର ତାଳରେ ନାଚିକି

     ରଜ ସୁନ୍ଦରୀ ତ ହୁଏ ||

ସ୍ୱତଃ ଆଉ ସେହି ରଜ ଖୁସି ନାହିଁ

        ସେଦିନ ଥିଲାଟି ଯାହା

ପ୍ରାୟୋଜିତ ହୁଏ ରଜର ମଉଜ

        ଆଧୁନିକ ଆମ ଗାଆଁ ||

ବଞ୍ଚି ରହୁ ସବୁ ସୁସ୍ଥ ପରମ୍ପରା

        ବଞ୍ଚିରହୁ ଏହି ସ୍ମୃତି 

 ବଂଚିବା ପାଇଁ କି ସଂଘର୍ଷ ଛାଡ଼ିନି

         ଗଉରବ ମୟ ଜାତି ||


Rate this content
Log in

Similar oriya poem from Abstract