STORYMIRROR

RAMESH KUMAR BEHERA

Abstract Inspirational Children

3  

RAMESH KUMAR BEHERA

Abstract Inspirational Children

ଭଗବାନ ପରା ସିଏ

ଭଗବାନ ପରା ସିଏ

1 min
195

କୋଟି ଜନମର ପୁଣ୍ୟ ବଳ ରେ        

 ମାନବ ଜନମ ହୋଇ  

ପର ଉପକାର ପୁଣ୍ୟମୟ ବ୍ରତ 

         ସଂଗୀତ ଯିବା ଗାଇ |

ବିଶ୍ୱ ରେ ଯେତେ ପ୍ରାଣୀ ଜନମନ୍ତି 

         ଅବା ଜଳେ ଅବା ସ୍ଥଳେ, 

କାହାର ବି ସୃଷ୍ଟି ନୁହେଁ ଅକାରଣେ 

          ଆଜି ଏହି ମହୀ ତଳେ |

ଉଡ଼ନ୍ତା, ବୁଡନ୍ତା, ଚଳ, ଅଚଳନ୍ତି 

          ସଭିଏଁ ମହାନ ସୃଷ୍ଟି, 

ସୃଷ୍ଟି ର ରହସ୍ୟ ସେ ଏକା ଜାଣନ୍ତି 

           ଅଛି ଯାର ଦିବ୍ୟ ଦୃଷ୍ଟି |

ହୀନ କୀଟ ଠାରୁ ଗଜରାଜ ଯାଏ 

           ଯେତକ ଚଳନ୍ତି ପ୍ରାଣୀ 

ଦୁବ ଘାସ ଠାରୁ କଳ୍ପ ବୃକ୍ଷ ଯାଏ 

            ଉଦ୍ଭିଦ ଜଗତେ ଗଣି |

ସଭିଙ୍କର ସୃଷ୍ଟି ପରିପୂରକ ଯେ 

         ଜଣେ ବଞ୍ଚେ ଅନ୍ୟ ପାଇଁ,

ଅନ୍ୟ ବିନା ଏକା ବଞ୍ଚି କେ ପାରିବ 

          ସେମିତିକା ଜୀବ ନାହିଁ |

ସବୁ ପ୍ରାଣୀ ଙ୍କ ଠୁ ମାନବ ଯେ ଶ୍ରେଷ୍ଠ 

          ବୁଦ୍ଧି ଓ ବିବେକ ପାଇଁ 

ସାରା ସଂସାର କୁ ଚଳାଇ ପାରିବ 

           ଇଶ୍ୱର ଙ୍କ ସୃଷ୍ଟି ସେହି |

ଦୁଃଖୀ ରଙ୍କୀ ଙ୍କର ଆକୁଳ ଚିତ୍କାରେ 

            ପ୍ରାଣ ଯା ବ୍ୟାକୁଳ ହୁଏ 

ନିଜ ଜୀବନ କୁ ବାଜି ଲଗାଇ ଯେ 

            ହସ ଟିକେ ଭରି ଦିଏ |

ସେ ଏକା ମହାନ ଏଇ ଦୁନିଆ ରେ 

            ପ୍ରାଣୀ ପାଇଁ ପ୍ରାଣ ଯାର 

ଇଶ୍ୱର ଙ୍କ ପାଖେ ପ୍ରାର୍ଥନା କରଇ 

             ସଭିଁଙ୍କୁ ଉଦ୍ଧାର କର |

ଆପଣା ସ୍ୱାର୍ଥ କୁ ପଛରେ ପକାଇ

           ପର ପାଇଁ କାନ୍ଦେ ଯିଏ 

ମଣିଷ ରୂପରେ ମଣିଷ ନୁହଁଇ 

           ଭଗବାନ ପରା ସିଏ ।


Rate this content
Log in

Similar oriya poem from Abstract