ମଧୁର ଦଂଶନ
ମଧୁର ଦଂଶନ
ତୋର କଥାରେ କଥାରେ
କହଭଲା ଏତେ
ରଖିଛୁ କାହିଁକି ମହୁ
ତୋର ଆଖିରେ ଆଖିରେ
କହ କିଂପା ଫୁଟେ
ଅଲିଭା କାମନା ଦାଉ ।
ମହୁର ଲୋଭରେ
ଉଡି ମୁଁ ଚୁମ୍ୱିଲି
ତୋ ଅଧର କୁସୁମ ଯେବେ
ମଧୁର ଦଂଶନ
ପାଇବାକୁ ତୋ'ର
ଆଶା ମୁଁ ରଖିଲି ସେବେ ।
କେତେ ମୁଁ ପାଇଛି
କେତେ ମୁଁ ହାରିଛି
ଜାଣିଛୁ ତୁ ଏକା
କହିବିନି ଜମା ଆଉ
ତୋର କଥାରେ କଥାରେ
କହଭଲା ଏତେ
ରଖିଛୁ କାହିଁକି ମହୁ ।
ତୋ ନୀଳ ଆଖିର
ଚପଳ ମାୟାରେ
ସପନ ଦେଖିଲି କେତେ
କହ ତୁ କାହିଁକି
ନିରାଶ କରିଲୁ
ମୋ ସପନ ଭାଙ୍ଗିଲୁ ସତେ ।
ତୋର ସେଇ
ନିରୁପମା ରୂପ
ସପନରେ ନିତି ଥାଉ
ତୋର କଥାରେ କଥାରେ
କହଭଲା ଏତେ
ରଖିଛୁ କାହିଁକି ମହୁ ।

