STORYMIRROR

Prashanta Padhan

Romance

4  

Prashanta Padhan

Romance

ପ୍ରକୃତି ଆଉ ପୁରୁଷ

ପ୍ରକୃତି ଆଉ ପୁରୁଷ

1 min
370

ଚାଲିଯିବା ଆମେ ଅଜଣା ରାଇଜେ

ଗଢିବା ପ୍ରେମ ନଅର

ସେଇ ନଅରରେ ଦେବି ମୁଁ ତୁମକୁ

ସିନ୍ଦୂରର  ଉପହାର   ।।

ନୀଳ କୁରଞ୍ଜିକୁ  ନୀଳଗିରି ଠାରୁ

ତୋଳି ମୁଁ ଆଣିବି ସାଥି

ଫୁଲର ଶେଯରେ ପ୍ରଣୟ ନିଶାରେ

କଟିଯିବ  ମଧୁରାତି   ।।

ତଟିନୀ ମିଶିବ ନୀଳ ସାଗରରେ

ସୃଷ୍ଟିର ଏଇ ନିୟମ

ସୂର୍ଯ୍ୟମୁଖୀ  ଆଉ ଦିବାକରଙ୍କର

ଯେମିତି ଅମରପ୍ରେମ  ।।

ହଜିଥିବ ତୁମେ ମୋ ବାହୁ ବନ୍ଧନେ

ଋତୁଥିବ  ମିଳନର

ଆଙ୍କି ଦେଉଥିବି ଅଧରରେ ତୁମ

ଦାଗ ମିଠା ଚୁମ୍ବନର  ।।

ସଂସାର ଖେଳରେ ସାଜିବା ଗୋ ଆମେ

ପ୍ରକୃତି ଆଉ ପୁରୁଷ

ଜନ୍ମ  ଜନ୍ମାନ୍ତର ହେବା  ଏକାକାର

ଯେମିତିକା ପାଣିଶୋଷ ।।



Rate this content
Log in

Similar oriya poem from Romance