STORYMIRROR

Manaswinee Dash

Romance

3  

Manaswinee Dash

Romance

କିଛି କଥା ଥିଲା

କିଛି କଥା ଥିଲା

1 min
188

କି ସୁନ୍ଦର ଲାଗୁଥିଲା ପ୍ରୀୟା ମୋ ବୋହୂ ବେଶରେ, 

ମନ କରୁଥିଲା କରନ୍ତି କି ତାକୁ ଆଲିନ୍ଗନ, 

ହେଲେ ସେ ଅଧୀକାର ମୋର ନଥିଲା, 

ତାର ଜଣେ ଭଲ ବନ୍ଧୁ ହେଇ ରହିଗଲି ମୁଁ ସାରା ଜୀବନ। 


ପିଲାଦିନୁ କିଶୋର ଯାଏ ବଢିଲୁ ବନ୍ଧୁ ହୋଇ, 

ଜାଣି ପାରିଲିନୀ ମୋ ବନ୍ଧୁତା କେବେ ପ୍ରେମର ରୁପ ନେଲା, 

ହାତରେ ନଥିଲା ଖନ୍ଡିଏ ଚାକିରି, 

ସେଥିପାଇଁ ପ୍ରେମ ନିବେଦନ ନକରି ରହିଲି ଚୁପ ଖାଲି। 


ଯେବେ ହାତକୁ ଆସିଲା ଚାକିରି, 

କଲି ଫୋନ୍ କରିବାକୁ ପ୍ରେମ ନିବେଦନ, 

ଖସିଗଲା ଗୋଡତଳୁ ମାଟି, 

କରିଦେଲା ସେ ତା ବାହାଘର ନିମନ୍ତ୍ରଣ। 


ବାହା ଦିନ ଅପଲକ ନୟନରେ ରହିଲି ତାକୁ ଦେଖି, 

ମୋତେ ବି ସେ ଅପଲକ ନୟନରେ ଚାହିଁଲା, 

ରହିଗଲା ସେଇ ଅକୁହା କଥା ମୋ ମନ ସିନ୍ଦୁକରେ, 

ସେ ବୋଧହୁଏ ମୋ ଅକୁହା କଥା ବୁଝିଗଲା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance