ପ୍ରିୟା
ପ୍ରିୟା
ଋତୁ ବଦଳିଲେ
ତମେ ବଦଳୁନ
ଋତୁରାଜ ଯାଏ ରୁଷି
କେଉଁ ଉପାଦାନେ
ଗଢ଼ିଲେ ବିଧାତା
ବାରମାସୀ ସଜ କଷି ।
ଫଗୁ ଫିଙ୍ଗିବାକୁ
ଫଗୁଣ ଡରୁଛି
ଲାଜ ଲାଜ କରେ ବାସନ୍ତୀ
ମୃଦୁ ମଳୟରେ
ମାଦକତା ନାହିଁ
ଲୁଚି ଲୁଚି ଦେଖେ ଚଇତି ।
ସାଗର ସାଉଁଟା
ଶାମୁକା ଛାତିର
ତୁମେ ତ ଅମୂଲ ମୋତି
କୁହ ପାରିବିକି ମୁଁ ସାଉଁଟି ?
ପ୍ରିୟା............

