STORYMIRROR

Santosh Kumar Ojha

Romance

3  

Santosh Kumar Ojha

Romance

ପ୍ରିୟା

ପ୍ରିୟା

1 min
155

ଋତୁ ବଦଳିଲେ

ତମେ ବଦଳୁନ

ଋତୁରାଜ ଯାଏ ରୁଷି  

କେଉଁ ଉପାଦାନେ

ଗଢ଼ିଲେ ବିଧାତା

ବାରମାସୀ ସଜ କଷି ।

ଫଗୁ ଫିଙ୍ଗିବାକୁ

ଫଗୁଣ ଡରୁଛି

ଲାଜ ଲାଜ କରେ ବାସନ୍ତୀ 

ମୃଦୁ ମଳୟରେ

ମାଦକତା ନାହିଁ

ଲୁଚି ଲୁଚି ଦେଖେ ଚଇତି ।

ସାଗର ସାଉଁଟା

ଶାମୁକା ଛାତିର

ତୁମେ ତ ଅମୂଲ ମୋତି

କୁହ  ପାରିବିକି ମୁଁ ସାଉଁଟି ?

ପ୍ରିୟା............



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance