STORYMIRROR

kamal kumar dash

Romance

3  

kamal kumar dash

Romance

ଫେରି ଆସ ମୋ ପାଖରେ

ଫେରି ଆସ ମୋ ପାଖରେ

1 min
200

ଫେରି ଆସ ମୋ ପାଖରେ

   ସବୁ ସାଙ୍ଗ ସାଥି  ଛାଡି ଗଲl ପରେ 

     ତୁମେ ଥିଲ ମୋ ସାଥିରେ 

  ଆଖି ଲୁହ ମୋର  ପୋଛି ଦେଉଥିଲ

     ତୁମ ହାତ ପାପୁଲିରେ (୧)


  ଆପଣାର ହୋଇ  ହୋଇଥିଲ ଠିଆ 

    ମୋର ସୁଖରେ ଦୁଃଖରେ 

 ବିଶ୍ୱାସ ସାହସ   ସବୁ ଥିଲ ତୁମେ 

    ଜୀବନ ଚଲାପଥରେ (୨)


ଯାହା ଅଛି ମୋର   ସବୁତ ତୁମର 

   ତଥାପି କାହିଁକି ଦୂରେ 

ତୁମ ପାଇଁ ସାଥି   ଖାଲି ଖାଲି ରାତି 

  ଅମlନିଆଁ ମନ ଝୁରେ (୩)


ବସନ୍ତ ଆସିଛି   କୋଇଲି ଗାଉଛି 

    ସୁବାସ ଚାରି ପାଖରେ 

ଯଦି ବା ରାଗିଛ    ସେ କଥାକୁ ଭୁଲି 

    ଫେରି ଆସ ମୋ ପାଖରେ (୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance