କବିଟିଏ ମୁହିଁ ଭାବ ପ୍ରବଣ
କବିଟିଏ ମୁହିଁ ଭାବ ପ୍ରବଣ
କବିର କବିତା ବୁଝିବାକୁ ହେଲେ
କବିପରି ଜଣେ ହୃଦୟ ଲୋଡା
କବିର କବିତା ବୁଝି ପାରିବନି
ଲେଖା ଯଦି ନାହିଁ ତୁମକୁ ଜଣା ।
ଭାବପ୍ରବଣର କବିଟିଏ ମୁହିଁ
ଭାବି ଭାବି ଲେଖେ କବିତା ଗଳ୍ପ
ପ୍ରେମିକ ମାନସୀ ନ ଥିଲେବି ମଧ୍ୟ
ଭାବି ଭାବି ଲେଖେ ବୋହୁତ ଅଳ୍ପ ।
ଲୋକେ କହିଥାନ୍ତି ପାଗଳ କବି
ନିଜେ କଥା ହୁଏ ଏକଲା ବସି
ଶୂନ୍ୟ ଆକାଶକୁ ଦେଖଇ ବସି
ଇନ୍ଦ୍ର ଧନୁ ଭାବି ଲେଖି ଦିଅଇ ।
କିଛି ଲୋକ ମୋତେ ଗାଳି ଦିଅନ୍ତି
କିଛି ପୁଣି ମୋତେ ଥଟା କରନ୍ତି
କିଛି ଲୋକ ତାଳି ଟିଏ ଦେଇ
କବିତା ଟି ପାଇଁ ପେରଣା ଦିଅନ୍ତି ।
କାବିଟିଏ ମୁହିଁ ଭାବ ପ୍ରବଣ
ଆଖିରେ ଆଖିରେ ଛବିଟିଏ ଆଙ୍କି
କବିତା ଲେଖିବା ମୋରି କାମ
କବିଟିଏ ମୁହିଁ ଭାବ ପ୍ରବଣ
କବିତା ଲେଖିବା ମୋରି କାମ ।

