STORYMIRROR

Pramodini Parichha

Romance

3  

Pramodini Parichha

Romance

ତୁମେ ନାହଁ ବୋଲି

ତୁମେ ନାହଁ ବୋଲି

1 min
132


 ତୁମେ ନାହଁ ବୋଲି

     ହଜିଛି ବସନ୍ତ

      ବଇଶାଖୀ ଆଢୁଆଳେ

  ଫୁଟୁ ନାହିଁ ଫୁଲ

     ଜୂଇ ,ଜାଇ,ହେନା

       ଧରଣୀ ରାଣୀର କୋଳେ ।


   ତୁମେ ନାହଁ ବୋଲି

     ଗାଉନି କୋକିଳ

       ଭରା ବକୁଳର ଡାଳେ

   ବିରହ ନିଆଁ ରେ

     ଦଗ୍ଧିଭୂତ ମନ

        କୁହୁଳି କୁହୁଳି ଜଳେ ।


   ତୁମେ ନାହଁ ବୋଲି

 &

nbsp;    ବହୁନି ମଳୟ

      ପୀରତି ଅତର ନେଇ

   ନିଦାଘ ତାତିରେ

     ହଜିଛି ସପନ

       ଭଗ୍ନ ବାରବାଟୀ ଦେଇ ।

  

   ଅଲୋଡା ସାଜିଛି

      ମୋ ପାଇଁ ଜୀବନ

       ଶୁଷ୍କ ବେଳାଭୂମି ହୋଇ 

  ପୂର୍ଣ୍ଣତା ଆଶାରେ

     ଖୋଜୁଛି ତୁମକୁ

      ପ୍ରେୟସୀ ପ୍ରେମିକା ହୋଇ ।

       

    


Rate this content
Log in

Similar oriya poem from Romance