Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilakantha Nayak

Romance

3  

Nilakantha Nayak

Romance

ଟିକେ ଟିକେ ଭଲଲାଗେ

ଟିକେ ଟିକେ ଭଲଲାଗେ

1 min
184



ଏବେବି 

କେବେ କେବେ

       କାହିଁକି କେଜାଣି ?


ପୁଣିଥରେ

   କାହିଁ ଏସବୁ ମୋତେ ଭାରି ଭଲଲାଗେ ?


କଅଁଳିଆ ସବୁଜ ଶାଳଵଣେ

      ମହୁଲିଆ ଥଣ୍ଡା ପବନରେ

କୋଇଲି ର କୁହୁ କହୁ ନାଦରେ

     କେବଳ,ବାସ୍ ଥରୁଟିଏ

ବିନଦାସ୍ ନାଚିବାକୁ ଟିକେ ମନହୁଏ ।


ଦିଟା ଧଳା ବୋତାମ ଛାତିର

        ଟିକିଏ ମୁକୁଳା କରି ହାତରେ

ଭିନ୍ନ ଏକ ଅନାବନା ଭାଵନା ରେ

        ବୁଡିଯାଇ ନୂତନ ଉଲ୍ଲାସ ରେ

ପୁରୁଣା ଗପବହି ସବୁ ପଢିବାକୁ

      ଏବେବି କାହିଁକି ବହୁତ ଇଛା ହୁଏ ।


ଛୋଟ ଛୋଟ ଆମ୍ବ କଷି

    ଗାଁ ଆମ୍ବ ତୋଟା ରୁ 

ସାଉଁଟି ସାରିବା ପରେ

ଚକଟି ଲଙ୍କା ଲୁଣ ସାଥେ 

ଏବେବି ଛାଇରେ ବସି

ଖାଇବାକୁ ଭାରି ଇଛା ହୁଏ ।


ଚାଟଶାଳୀରେ ଡିବିରି ଆଲୁଅ ରେ

ସାଙ୍ଗସାଥୀ ମେଳେ ସଭିଏଁ ଏକ ସ୍ଵରେ

   ପଣିକିଆ ଵୋଲିବାକୁ ଏବେବି କାହିଁ ମନହୁଏ ।


ସବୁଜିମା ଗାଁ ଖେଳ ପଡ଼ିଆରେ

 ବୋହୁଚୋରି ଖେଳିବାକୁ 

        ଏବେବି ଏମିତି କାହିଁ ଇଚ୍ଛା ହୁଏ ।


ଧୋ ରେ ବାଇଆ ଧୋ ଗୀତ ତାଳେ ତାଳେ

 ମା ର ପଣତ କାନି ତଳେ ଶାନ୍ତି ଶୋଇବାକୁ

   ଏବେବି ଏମିତି କାହିଁ ସତରେ ଇଛା ହୁଏ।




Rate this content
Log in

Similar oriya poem from Romance