STORYMIRROR

Satyabati Swain

Romance

3  

Satyabati Swain

Romance

ଜୀବନ ସଙ୍ଗିନୀ

ଜୀବନ ସଙ୍ଗିନୀ

1 min
169

ବୋଉ ପଛରେ ପଡିଛି ମୋର

ସୁନା ବୋହୁଟିଏ ଲୋଡ଼ା ତାର

ପାଠ ସରିଲା ଚାକିରୀ ବି ହେଲା

ହାତକୁ ଦି ହାତ ହୋଇଯା' ଏଥର।


ଲାଗିଲା କନିଆଁ ଖୋଜା ମୋର

ଭଲ ବୋହୁଟିଏ ଆସିବ ତ ଘର

ବାପା ମାମୁ ଖୋଜିଲେ ଗାଁ ସହର

ଯେତେ ଆତ୍ମୀୟ ସ୍ଵଜନ ମୋହର।


ମନେମନେ ଆଙ୍କିଲି ତାହାର ଛବି

ତା ଭାବନା କଲା ମୋତେ କବି

ଦେଖି ନାହିଁ ତାକୁ ଏମିତି ଅବସ୍ଥା

ଭାବୁଛି ଦେଖିଲେ କଅଣ ହେବି ?


ସେ ହୋଇଥିବ ଏପରି ସୁନ୍ଦରୀ

ସତେ କିବା ସରଗର ଅପସରି

ପୁନେଇଁ ଜହ୍ନ ହୋଇଥିବ ଟି ମୁହଁ

କଥା ତାର କିଣୁଥିବ ମନ ସବୁରି।


ଆଖିଟି କହୁଥିବ ତାହାର କଥା

ମନ ହରୁଥିବ ସବୁ ହୃଦୟ ବ୍ୟଥା

ସ୍ନେହ ପ୍ରେମର ହୋଇଥିବ ମଣିଷ

ତାର ଗୁଣ ଛୁଉଁଥିବ ସଭିଙ୍କ ମଥା।


ଏମିତି ସାଥିଟିଏ ପାଇବା ପାଇଁ

ନିତି ଆଖି ମୋର ସପନ ଦେଖଇ

କେଉଁଠି ଅଛି ମୋ ଜୀବନ ସଙ୍ଗିନୀ

ଦେଖିବାକୁ ବ୍ୟାକୁଳ ମନ ହୁଅଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance