ଧୀରେ ଧୀରେ
ଧୀରେ ଧୀରେ
ଧୀରେ ଧୀରେ ଆସିଲୁ ତୁ ମଳୟ ହୋଇ,
ଧୀରେ ଧୀରେ ଗଲୁ ମନ ଅଗଣା ଡେଇଁ.
ଧୀରେ ଧୀରେ ନିଦରେ ମୋ ସପନ ହୋଇ,
ଧୀରେ ଧୀରେ ଲlଖିଗଲୁ ଆଖିରେ ତୁହି ।
ଧୀରେ ଧୀରେ ନିଶ୍ୱାସରେ ପବନ ହୋଇ,
ଧୀରେ ଧୀରେ ଜୀବନରେ ଗଲୁ ତୁ ଛାଇ.
ଧୀରେ ଧୀରେ ଆତ୍ମପକ୍ଷୀ ଅଧୀର ହୋଇ,
ଧୀରେ ଧୀରେ ତୋ ଜାଲରେ ପଡିଲା ଯାଇ ।
ଧୀରେ ଧୀରେ ମିଠା ମିଠା ଜହର ଦେଇ,
ଧୀରେ ଧୀରେ ତୋ ପ୍ରେମରେ ନେଲୁ ଜଡେଇ.
ଧୀରେ ଧୀରେ ଆସିଲୁ ତୁ ଶ୍ରାବଣ ହୋଇ,
ଧୀରେ ଧୀରେ ହୃଦୟକୁ ଦେଲୁ ଭିଜେଇ ।
ଧୀରେ ଧୀରେ କରିନେଲୁ ମନରେ ଘର,
ଧୀରେ ଧୀରେ ଭୁଲିଗଲି ସାରା ସଂସାର.
ଧୀରେ ଧୀରେ ମୋ ଅନ୍ତରେ ତୋ ରୂପ ଛବି,
ଧୀରେ ଧୀରେ ଛାପି ଦେଲି କିଛି ନଭାବି ।
ଧୀରେ ଧୀରେ ବନ୍ଦୀହେଲି ତୋ ପ୍ରେମ ଡୋରେ,
ଧୀରେ ଧୀରେ ମନ ମୋର ତୋତେ ହିଁ ଝୁରେ.
ଧୀରେ ଧୀରେ ଚାଲି ଯାଉ ମୋତେ ନବୁଝି,
ଜୀବନେ ମୁଁ ଛକିଶୂନ ଖେଳୁଛି ଆଜି ।

