STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ସୁବର୍ଣ୍ଣା ଚମ୍ପା

ସୁବର୍ଣ୍ଣା ଚମ୍ପା

1 min
158

ଚମ୍ପା କଳିରେ

ସୁନ୍ଦରୀ ରୂପ ଉଠେ ଝଳିରେ

ଚମ୍ପା କଳିରେ, ମଧୁ ଶୋଷେ ଲମ୍ପଟ ଅଳିରେ

ସୁନ୍ଦରୀ ରୂପ ଉଠେ... ।।

 

       କାଞ୍ଚନ ବରନା ଶୁଭ୍ରାଂଶୁ ଲପନା

       ପ୍ରଣୟ ନଦୀର ପ୍ରେମ ତରୀ ବାମା

ସାରସ ଗମନୀ ସରେ ସରୋଜିନୀ

ତେମନ୍ତ ହୃଦୟ ସରସୀ ଶୋଭିନୀ

  ବିମ୍ବାଧରୀରେ, ଚମ୍ପା କଳିରେ ... ।।

 

ଆସେ ଢଳିରେ

ସୁବର୍ଣ୍ଣା ବର୍ଣ୍ଣା ସୁକୁମାରୀରେ

ଆସେ ଢଳିରେ, ଶାରଦ ପୂର୍ଣ୍ଣ-ଶଶି ପରିରେ

ସୁବର୍ଣ୍ଣା ବର୍ଣ୍ଣା... ।।

 

       ହରିଦ୍ରା ରଞ୍ଜିତ କାନ୍ତୀ ସୁବାସିତ

       ମଳୟେ ମରୁତ ଖେଳେ ଅବାରିତ,

ପୂଣ୍ୟ ମନ୍ଦାକିନୀ ଛଇଳା ମାନିନୀ

ପ୍ରେମ ସୋହାଗିନୀରେ ଏଣୀ ନୟନୀ

   ମନୋହାରୀରେ, ଆସେ ଢଳିରେ ... ।।

 

ଖିଲି ଖିଲିରେ

ହସେ ପବନେ ଝୁଲି ଝୁଲିରେ

ସୁନା ପରୀରେ, ପ୍ରଣୟ ରଙ୍ଗ ଦେଇ ବୋଳିରେ

ହସେ ପବନେ... ।।

 

    ନବ ବଳାହକ ଚପଳା ଚମକ

         ତେମନ୍ତେ ସଜନୀ ଚାରୁଚନ୍ଦ୍ର ମୁଖ

ନାରୀ ନାରାୟଣୀ ପବିତ୍ର ପଦ୍ମିନୀ

ସୁହାସିନୀ କାନ୍ତା ସତୀ ସୀମନ୍ତିନୀ

   ସେ କାମିନୀରେ, ଚମ୍ପା କଳିରେ ... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance