STORYMIRROR

Bijay Prusty

Romance

3  

Bijay Prusty

Romance

ନଈ ଓ ନାୟିକା

ନଈ ଓ ନାୟିକା

1 min
135

ତୋ ମନତଳର ପ୍ରେମର ତରଙ୍ଗ

ଆକାଶରୁ ଛୁଏଁ ଭୂଇଁ

ତୋ ପାଇଁ ଲୋ ସଖୀ ଜଳପୂର୍ଣ୍ଣ ହୁଏ

ନିଦାଘେ ଶୁଖିଲା ନଈ I


ସପନ ଖେଳଇ ଆଖିରେ ତାହାର 

ତୁ ଦେଲେ ଟିକିଏ ଚାହିଁ

ଏକଲୟେ ତୋତେ ଚାହିଁ ରହିଥାଏ

ପରଶ ଟିକିଏ ପାଇଁ I


ତୋ ଗାଧୁଆ ତୁଠେ ଚୁନା ଚୁନା ମୀନ

ଖେଳନ୍ତି ଲୋ ହସି ହସି

ନଈକୂଳ ଥୁଣ୍ଟା ବରଗଛ ତୋତେ

ଦେଖି ହେଉଥାଏ ଖୁସି I


ଚାହିଁ ଦେଖୁଥାନ୍ତି ବଗୁଲା ବଗୁଲୀ

ଆସୁ ଯେବେ ଚାଲି ଚାଲି

ତୋ ପାଦ ଅଳତା ରଙ୍ଗୀନ କରେ

ନଈପଣି ହୁଏ ନାଲି I


ତୋ ପରଶ ପାଇ ତୁଠ ପଥରର

ମୁହଁରେ ଖେଳଇ ହସ

ତୋ ଖୋଲା ଦେହରୁ ମହୁ ଝରୁଥାଏ

ଛୁଟୁଥାଏ ମୃଦୁ ବାସ I


ତୁ ଏମିତି ଏକ ମନଟିଏ ସଖୀ

ପ୍ରୀତିପୂର୍ଣ୍ଣ ଅଭିଳାଷ

ସଭିଙ୍କ ଆଖିର ଅନନ୍ତ ପ୍ରତୀକ୍ଷା

ତୋ ପାଖରେ ହୁଏ ଶେଷ I



Rate this content
Log in

Similar oriya poem from Romance