STORYMIRROR

Bishnupriya Palatasingh

Romance

3  

Bishnupriya Palatasingh

Romance

ମୁଁ ତୁମର

ମୁଁ ତୁମର

1 min
149

ତୁମ କବିତାର ନାୟିକା ମୁଁ 

ମୁଁ ହିଁ ସେ ଅନାମିକା ପ୍ରେମିକା...

ତୁମ ହୃଦୟର ସ୍ପନ୍ଦନ ମୁଁ 

ମୁଁ ହିଁ ତୁମ ସ୍ଵପ୍ନ ଆଉ ଅପେକ୍ଷା...


ମୁଁ ସେଇ ମନେଇ ବର୍ଷା 

ଆଉ ତୁମେ ଅପେକ୍ଷାରତ ପିକ...

ମୁଁ ତୁମର ସେଇ ସୁନ୍ଦରୀ 

ଯାହା ପାଇଁ ତୁମେ ନୀତି ଲେଖ...


ମୁଁ ତୁମର ସେଇ ଗପ ପେଡି 

ଯାହାକୁ ତୁମେ ରାତିରେ ଖୋଲ...

ମୁଁ ତୁମର ମନ ଉପବନରେ 

ଦୁଷ୍ଟାମୀ କରୁଥିବା ଚଗଲି ଫୁଲ...


ମୁଁ ହିଁ ତୁମ ଫୁଲେଇ ପ୍ରିୟା 

ତୁମକୁ ଖାଲି ଅପେକ୍ଷା କରାଏ...

ମୁଁ ପରା ସେଇ ମିଛେଇ ଝିଅ 

ଯିଏ ତୁମକୁ କଥା ଭୁଲାଏ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance