STORYMIRROR

CHINMAYEE PRADHAN

Romance

3  

CHINMAYEE PRADHAN

Romance

ଶେଷ ସଙ୍ଗୀତ

ଶେଷ ସଙ୍ଗୀତ

1 min
210

ଗର୍ବକୁ ମୋହର କରିଲ ହେ ଚୁନା

ଉଡ଼ାଉଛ ଗର୍ବଗଞ୍ଜନର ବାନା।


ଧନର ଗରବେ ଉନମତ୍ତ ଥିଲି

ନିଃସ୍ୱ କଲ ମତେ ସବୁ ହରାଇଲି।


ଅଭ୍ରକଂଷ ପ୍ରାସାଦ ମୋହର

ହେଲା ଧ୍ୱଂସସ୍ତୁପ ଚୂର୍ଣ୍ଣ ପଥର।


ବନ୍ଧୁ ପରିଜନ ଆତ୍ମୀୟ ସ୍ୱଜନ

କରି ଗଲେ ଦୂର ଭାଂଗି ମୋର ମନ।


ଅନ୍ୟାୟ ଅନୀତି କରି ଯେତେ ଯେତେ

ସଞ୍ଚିଥିଲି ଧନ ମୁହିଁ ନାନାମତେ।


ସ୍ୱାର୍ଥପରତାକୁ ସାଥେ ନେଇକରି

ଚାଲୁଥିଲି ବାଟ ହାତ ତାର ଧରି।


ଅସରନ୍ତି ଆଶା ଉଚ୍ଚ ଶିଖରରୁ

କଚାଡି ଫିଙ୍ଗିଲ ସ୍ୱପ୍ନ ସାଗରରୁ।


ହରାଇ ସକଳ ହେଲି ମୁଁ କାଙ୍ଗାଳ

ଦିଶେ ନାହିଁ କାହିଁ ଆଜି ଥଳକୂଳ।


ଜଗତ ହିତରେ ଆପଣାର ହିତ

ଜାଣିଲି ଆଜ ମୁଁ ଅଟେ ଏହା ସତ। 


ଏ କି ଅଭିଶାପ ଅବା ଆଶୀର୍ବାଦ 

ବୁଝିପାରୁ ନାହିଁ ପ୍ରଭୁ ତୁମ ଛନ୍ଦ। 


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance