STORYMIRROR

Bijay Prusty

Romance

3  

Bijay Prusty

Romance

ଗୀତପଦେ ଗାଇବା ଆସ

ଗୀତପଦେ ଗାଇବା ଆସ

1 min
128


ବହି ଆସୁଥିଲା ଚୋରା ଚଇତାଳି

ଦେହ ଯାଉଥିଲା ଛୁଇଁ

ରଇଜଳା ଖରା ଜାଳି ଦେଉଥିଲା

ଶୁଖି ଯାଉଥିଲା ଭୂଇଁ I


କାହିଁ କେତେଦୂରୁ କୋଇଲିର ସ୍ୱର 

ଶୁଭୁଥିଲା ରହି ରହି

ମା ମଙ୍ଗଳାଙ୍କୁ ପ୍ରଣମିବା ଆସ

ଦୀପଟିଏ ଜାଳିଦେଇ I


ସଞ୍ଜ ନଇଁଗଲା ସୂରୁଜ ଦେବତା

ବାହୁଡିଲେ ନିଜଘରେ

ନୀଳ ଆକାଶରୁ ଶୀତଳ ଜୋଛନା

ଝର ଝର ହୋଇ ଝରେ I


ଆସ ଆସ ସଖୀ ହାତେ ହାତରଖି

ଚାନ୍ଦ ସହ କଥା ହେବା

ଚାନ୍ଦିନୀ ରାତିର ଶୁଭ୍ର ପଣତରେ

ମଥାକୁ ଘୋଡାଇ ଦେବା I


ତୋଳି ଆଣିବି ମୁଁ ତାରାଫୁଲ ସବୁ

ମାଳାଟିଏ ଗୁନ୍ଥି ଦେବି

ତୁମରି ଗଭାକୁ ଅତି ଆଦରରେ

ନିଜହାତେ ସଜାଇବି I


ସ୍ୱରଦେଇ ତୁମେ ଗୀତଟେ ଗାଇବ 

ରଙ୍ଗ ବୋଳୁଥିବ ରାତି

ପ୍ରେମର ତରଙ୍ଗ କୂଳ ଲଙ୍ଘୁଥିବ

ଉଲ୍ଲସୁ ଥିବ ମୋ ଛାତି I

       


Rate this content
Log in

Similar oriya poem from Romance