STORYMIRROR

Ashok dash

Romance

3  

Ashok dash

Romance

ଭୋଦୁଅ ଆକାଶେ ଜହ୍ନ

ଭୋଦୁଅ ଆକାଶେ ଜହ୍ନ

1 min
146


ତୁମେ ନୀଳଜହ୍ନ 

        ମୁଁ ଯେ ନୀଳକଇଁ

             ଏଇ ସୃଷ୍ଟି ଆରମ୍ଭରୁ।


କେମିତି ବଞ୍ଚିବି

      ତୁମ ବିନା ପ୍ରିୟା 

          ଭୁଲି ମୁଁ ପାରୁନି ମନରୁ।


ଭୋଦୁଅ ଆକାଶେ 

       ତୁମକୁ ଦେଖିଲେ

           ଖେଳେ ଶିହରଣ ତନେ।


ତୁମର ସେ ଗୋରା

       ଚିକ୍କଣ ଚେହେରା 

           ଉନ୍ମାଦ ଦିଏମୋ ମନେ।


ଭସା ବାଦଲର

       ମୁକ୍ତ ଅଗଣାରେ 

           ଖେଳ ଯେବେ ଲୁଚକାଳି। 


ମୋ ମନ ଚିନ୍ତନ

        ଶବ୍ଦ ରାଗିଣୀରେ

             ପ୍ରଶ୍ନ ଆସେ ଭଳି ଭଳି।


ପୂର୍ଣ୍ଣିମା ତିଥିରେ

       ପୂର୍ଣ୍ଣ ଜହ୍ନ ହୋଇ 

            ଯେବେ ଥାଅ ଆକାଶରେ।


ଇଛା ହୋଇଥାଏ 

       କରି ଆଲିଙ୍ଗନ 

          ଯାଆନ୍ତି ମୁଁ ଲୋଟି କୋଳରେ।


କି ସୁନ୍ଦର ଦିଶେ

       ଭୋଦୁଅ ଆକାଶ 

            ତୁମେ ହେଲେ ପ୍ରକଟିତ। 


ଶ୍ୟାମଳିମା ଏହି 

       ଧରିତ୍ରୀ ବକ୍ଷଟା 

            ହୁଏ କେତେ ପୁଲ୍ଲକିତ।


ତୁମେକି ବୁଝିବ 

       ମୋ ମନର କଥା 

            କେତେ ଭଲପାଏ ତୁମକୁ। 


କଇଁ କୁମୁଦର

       ପ୍ରେମର କାହାଣୀ 

            ରହି ଥିବ ଯୁଗ ଯୁଗକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance