ସ୍ମୃତିରେ ତୁମେ
ସ୍ମୃତିରେ ତୁମେ
ଜୀବନ ରାସ୍ତାରେ କେତେ ଆସିଛନ୍ତି
ଯାଇଛନ୍ତି କେତେ ଚାଲି
ଖୋଜୁଛି ଆଜି ମୁଁ ଠିକଣା ତାଙ୍କର
ସ୍ମୃତିର ବସ୍ତାନି ଖୋଲି ।
ଯେଉଁଦିନ ତୁମେ ଜୀବନ ବହିରେ
ତୁମ ନାଁ ଲେଖିଥିଲ
ପ୍ରୀତିଭରା ସ୍ୱରେ କାନରେ ମୋହର
ଗୀତଟିଏ ଗାଇଥିଲ ।
ବିସ୍ମୃତି ଗର୍ଭରେ ହଜିଗଲେ ସବୁ
ତୁମେହେଲ ବର୍ତ୍ତମାନ
ଆଖିରେ ଆଖିଏ ସ୍ୱପ୍ନ ଖଞ୍ଜିଦେଲ
ଭୁଲିଗଲି ରାତିଦିନ ।
ଆଖିତଳେ ତୁମେ ଛାତିତଳେ ତୁମେ
ରହିଗଲ କରି ଘର
ତୁମରି ହାତର ରଙ୍ଗୀନ ପିଆଲା
ସାଥୀଟିଏ ଆଜି ମୋର ।

