STORYMIRROR

Prashanta Padhan

Romance

4  

Prashanta Padhan

Romance

ପ୍ରିୟା ତୁମେ ବିଶ୍ୱାସଘାତକ

ପ୍ରିୟା ତୁମେ ବିଶ୍ୱାସଘାତକ

1 min
417

ଲଗେଇଦେଲ ଗୋ କଳଙ୍କର ଛିଟା

ବିଶ୍ୱାସର ମଞ୍ଜି ବୁଣି

ମନ ଆକାଶରେ ଛଳନା ରଙ୍ଗର

ଇନ୍ଦ୍ରଧନୁ ଦେଲ ଟାଣି   ।।

ମରୀଚିକା ସମ ଥିଲା ତୁମ ପ୍ରେମ

ମେଣ୍ଟିଲା ନାହିଁ ମୋ ତୃଷ୍ଣା

କସ୍ତୁରୀ ମୃଗ ମୁଁ  ସାଜିଥିଲି ପ୍ରିୟା

ପାଇବାକୁ ତୁମ ବାସ୍ନା   ।।

ଅନ୍ଧ ପ୍ରେମିକ ମୁଁ ଜାଣି ପାରିଲିନି

ମାୟାବିନୀ ତୁମେ ବୋଲି

ମାୟାରେ ତୁମର ବିଭୋର ହୋଇ ମୁଁ

ଦୁନିଆଁକୁ ଗଲି ଭୁଲି   ।।

ବିଶ୍ୱାସଘାତକ ସାଜିଲ ଗୋ ତୁମେ

ଧରିଲ ଆଉକା ହାତ

ପ୍ରେମ ପାଗଳର ଆଖ୍ୟାଦେଇ ମୋତେ

ମିଛକୁ କରିଲ ସତ   ।।

ଅସୀ ଧାରେ ଚାଲି କ୍ଷତାକ୍ତ ହୋଇଲି

ଝରିଗଲା ଖାଲି ଲୁହ

ଅସମ୍ପୂର୍ଣ୍ଣ ହେଲା ପ୍ରେମର କାହାଣୀ

ଛାତିରେ ଛାତିଏ କୋହ ।।



Rate this content
Log in

Similar oriya poem from Romance