STORYMIRROR

Anasuya Panda

Romance

4  

Anasuya Panda

Romance

ମୁଁ ତୁମର, କେବଳ ତୁମର

ମୁଁ ତୁମର, କେବଳ ତୁମର

1 min
631

ଏକୁଟିଆ ଥିବା ବେଳେ,

ନିଜେ ନିଜ ସହ କଥା ହେଉଥିଲି,

ହସୁଥିଲି, କାନ୍ଦୁଥିଲି,

ନିଜ ଦୁନିଆଁ ଛଡ଼ା

ଅନ୍ୟ କିଛି ଜାଣି ନଥିଲି ।।


ବେଳେ ବେଳେ ଚୁପ୍ ହୋଇ ଯାଉଥିଲି,

ଅସମ୍ଭବ ଭାବେ ଗୁମ୍‌ସୁମ୍,

କାଳେ ପୁଣି ଏକ ଝଡ଼ ଆସିବ,

ଏକୁଟିଆ ସାମ୍ନା କରିବାକୁ ଡରିଯିବି ।।


ଏମିତି ଦିନେ ତୁମେ ଭେଟ ହେଲ,

ଖୁବ୍ ଖୁସି ହୋଇଗଲି,

ଅସରନ୍ତି ଗପର ପସରା ମେଲାଇ,

ତୁମକୁ ଆପଣାର କଲି

ଭାବିଲି ଏଥର ଝଡ଼ ଆସିଲେ ଡରିବିନି,

ତୁମେ ଥିବ ମୋ ସହ,

ସବୁ ଝଡ଼କୁ ସାଙ୍ଗ ହୋଇ,

ସାମ୍ନା କରିବାକୁ ।।


କିନ୍ତୁ. . .

ମୁଁ କି ଜାଣିଥିଲି,

ମେଘର ମହ୍ଲାର ନେଇ,

ତୁମେ ଆସିବ ଓ ଚାଲିଯିବ ।।


ତୁମେ ପୁଣି ଆସିବ,

ଆମେ କଥା ହେବା,

ହାତ ଧରାଧରି ହୋଇ ଝଡ଼କୁ ସାମ୍ନା କରିବା,

ଏଇ ଆଶାରେ,

ଅପେକ୍ଷା କରି ରହିଲି ତୁମକୁ ।।


ତୁମ ଅପେକ୍ଷାରେ ଥିବାବେଳେ,

ମୋ ଭିତରେ କେମିତି ଆସିଗଲା

ବହୁ ବଡ଼ ବଡ଼ ଝଡ଼କୁ ସାମ୍ନା କରିବାର ଶକ୍ତି ।।


ତୁମ ଆସିବା ବାଟକୁ,

ଏକ ସ୍ଥିର ବିଶ୍ୱାସର ସହ ଚାହିଁ ରହିଥିଲି,

ତୁମ ପାଇଁ ଯତ୍ନର ସହ ସାଇତି ରଖିଥିଲି,

ପାଖରେ ଥିବା ଅନ୍ତିମ ସମ୍ବଳଟିକୁ ।।


ସେଇ ଶେଷ ସମ୍ଭଳ ଯାହା

କେବଳ ତୁମକୁ ହିଁ ଦେଇପାରିବି,

ତୁମକୁ ଦେଇ ତୁମ ପାଖେ ସମ୍ପୂର୍ଣ୍ଣ ସମର୍ପିତ ହୋଇପାରିବି ।।

ସେ ଆଉ କିଛି ନୁହେଁ,

ମୋ ନିଚ୍ଛକ ଭଲ ପାଇବା,

ଯାହା ବାନ୍ଧି ରଖିଛି ମୋତେ ତୁମ ସହ,

ଯେତେ ଦୂରରେ ଥିଲେ ବି କହିପାରୁଛି,

“ମୁଁ ତୁମର, କେବଳ ତୁମର” ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance