STORYMIRROR

Anasuya Panda

Others

3  

Anasuya Panda

Others

ମୋ ଖୁସି

ମୋ ଖୁସି

1 min
198

ଆଜି, ଜୀବନର ଅନେକ ପାହାଚ ଚଢି,

ସବୁଥିରେ ସଫଳତାର ଶୀର୍ଷରେ ବସି ମଧ୍ୟ, 

ମୁଁ ଖୁସି ନୁହେଁ, 

ମୋ ଇଛାର ଇୟତ୍ତା ନାହିଁ, 

ମନ ଅଶାନ୍ତ, 

ହୃଦୟ ବିଦିର୍ଣ୍ଣ l 


ଅଫିସରେ, ଶୀତତାପ ନିୟନ୍ତ୍ରିତ ମୋର ସ୍ୱତନ୍ତ୍ର କୋଠରୀରେ ମୋର ନରମ ଚେୟାର,

ମୋ ଘରର ମଖମଲି ଦାମୀ ସୋଫାସେଟ, 

ମୋତେ ସେତେ ସୁଖ, ସେତେ ଆରାମ ଦେଉନାହିଁ, 

ଯେତେ ଖୁସି, ଯେତେ ଆନନ୍ଦ ଦେଉଥିଲା, 

ବିଦ୍ୟାଳୟରେ ସାଙ୍ଗମାନଙ୍କ ସହ ଜାକିଜୁକି ହୋଇ, 

ଗୋଟିଏ ବେଞ୍ଚରେ ବସି ଗୁଲିଖଟି କରି, 

ଖେଳଛୁଟିରେ, ମୋ ପ୍ରିୟ ସାଙ୍ଗର ବାଡ଼ି ବରକୋଳି ଖାଇବାକୁ ଛାଡାପଡ଼ା ହେବାରେ l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍