STORYMIRROR

Anasuya Panda

Others

3  

Anasuya Panda

Others

ପ୍ରେମ ମଲମ

ପ୍ରେମ ମଲମ

1 min
376

ସୂର୍ଯ୍ୟ ,

ସକଳ ଶକ୍ତିର ଆଧାର, 

ସର୍ବ ଜୀବନର ସ୍ରଷ୍ଟା l

ପାଣି ଭିତରେ ପଦ୍ମ ପରି, ସେ ଅନାସକ୍ତ, 

ଭଲ, ମନ୍ଦ ସବୁକୁ ଛୁଇଁଲେବି, 

କେବଳ ଭଲଟି ହିଁ ବାଛିନିଏ l 


ଚନ୍ଦ୍ର,

ମେଞ୍ଚା ମେଞ୍ଚା ଶୀଥିଳ ଅନ୍ଧାରକୁ, 

ନିଜର ଶୀତଳ ଆଲୋକରେ ରଂଗାଇ, 

ସୁପ୍ତ ଜୀବନକୁ ଉଦଜୀବିତ କରେ l 


ପ୍ରେମିକ/ପ୍ରେମିକା ,

ପ୍ରେମ ଯାହାର ଶରୀର, ମନ, ଧନଜୀବନକୁ 

ଆବୋରି ରହିଥାଏ l 

ପ୍ରେମର ପରିଭାଷା ନଥାଏ,

ପ୍ରେମିକ ତାର ଆଖିର ଭାଷାରେ, 

ହୃଦୟର ପ୍ରେମରେ,

ସମ୍ପୂର୍ଣ ସମର୍ପଣ ଭାବରେ, 

ପୂର୍ଣ୍ଣଭାବେ ଗ୍ରହଣ କରିବାରେ, 

ପ୍ରେମିକାକୁ ବୁଝାଇ ଦିଏ,

ନେଵା ନୁହେଁ, ଦେବା ହିଁ ଜୀବନ,

ଅନ୍ୟକିଛି ନୁହେଁ, କେବଳ ପ୍ରେମହିଁ ସର୍ବ କ୍ଷତର ମଲମ l



Rate this content
Log in