Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anasuya Panda

Others

2.5  

Anasuya Panda

Others

ନିଜକୁ ଭଲପାଅ

ନିଜକୁ ଭଲପାଅ

1 min
256



ସୁଖ, ଦୁଃଖ, ଜୀବନ ମୁଦ୍ରାର ଦୁଇ ପାର୍ଶ୍ୱ l

ଅଙ୍କା ବଙ୍କା ହୋଇ ଚାଲିଥିବl, ଜୀବନ ଯାତ୍ରାରେ, 

କେବେ ଦୁଃଖ ତ, କେବେ ସୁଖ l


ଖରା ନହେଲେ କଣ ବର୍ଷା ଆସେ,  

ବର୍ଷା ନହେଲେ କଣ ଇନ୍ଦ୍ରଧନୁ ପଡେ, 

ରାତିର ଅନ୍ଧାର ଗାଢ଼ ନ ହେଲେ କଣ ସକାଳ ଆସେ? 


ଆଖିର ଲୁହକୁ ଓଠରେ ଚାପି ଯିଏ ହସିପରେ, 

ସିଏ ହିଁ ସୁଖୀ, ଧନୀ l

ସୁଖର ପ୍ରାଛୁର୍ଯ୍ୟ ଭିତରେ ଥାଇବି, 

ଅଧିକା ପାଇବାକୁ ଯାର ପ୍ରାଣ ହାହାକାର, 

ସିଏ ଦୁଃଖୀ, ଗରିବ l 


ପ୍ରେମ ହିଁ ସୁଖ, 

ପ୍ରତ୍ୟାଶା ହିଁ ଦୁଃଖ l 


ସୁଖ, ଦୁଃଖ, 

ଏକ ଜାଗା ନୁହେଁ ଯେ ଆମେ ପହଞ୍ଚିଯିବା, 

ଏକ ବସ୍ତୁ ନୁହେଁ ଯେ ଆମେ ବଜାରରୁ 

କିଣିଆଣିବା l 


ସୁଖ, ଦୁଃଖ, 

କେବଳ ମନର ଏକ ଭାବ l


ସାକ୍ଷୀ ହୋଇ, 

ସବୁ ପରିସ୍ଥିତିରେ ସ୍ଥିରରହି,

ନିଜକୁ ଭଲପାଅ, 

କାହାର ନିନ୍ଦା ଵା ଆକ୍ଷେପ ନକରି, 

ନିଜ ଶରୀର, ମନ, ଆତ୍ମା କୁ ସଂଯୋଗ 

କରିବା ହିଁ ଚିରନ୍ତନ ସୁଖ l 



Rate this content
Log in