STORYMIRROR

Anasuya Panda

Abstract

3  

Anasuya Panda

Abstract

ସ୍ମୃତିଟିଏ ସ୍ବପ୍ନ ପରି

ସ୍ମୃତିଟିଏ ସ୍ବପ୍ନ ପରି

1 min
376

ରଙ୍ଗୀନ ରଙ୍ଗରେ ବୁଣା ସ୍ବପ୍ନ ସବୁ

ମନ ଭିତରେ ପଶି ଆସୁ ଆସୁ 

ମୁଁ ସମ୍ବିତପାଏ, 

ପୁଣି ଠକି ଯିବିନିତ? 


ତୁମକୁ ନେଇ ସ୍ବପ୍ନଦେଖିବା 

ମୋ ପାଇଁ ମନା, 

ମୁଁ ଡରୁଥିଲି, 

ତୁମେ ମୋ ପାଇଁ ସ୍ବପ୍ନ ହୋଇ ରହିଯିବ ଯଦି!


ପ୍ରତି ମୁହୂର୍ତ୍ତରେ ତୁମ ସାନିଧ୍ୟ

ମୋତେ ରୋମାଞ୍ଚ କରୁଥିଲେବି, 

ତୁମେ ମୋ ସ୍ବପ୍ନରେ ନ ଆସିବା ଥିଲା ମୋ ସ୍ବପ୍ନ l 


ମୁଁ ଖୁସିଥିଲି, 

ପ୍ରତୀକ୍ଷା କରୁଥିଲି ତୁମକୁ, 

ସତରେ ଆଉ ସ୍ବପ୍ନରେ l 


ତୁମେ ଆସିଲ ମୋ ସ୍ବପ୍ନରେ, 

ମୁଁ ଚାହୁଁନଥିବା ସ୍ବପ୍ନ ରେ l 


କହିବାର ପାଚେରୀ ଡେଇଁ ନପାରି ତୁମେ ରହିଗଲ ସ୍ୱପ ହୋଇ, 

ଚିରଦିନ ତୁମେ 'ତୁମେ ' ହୋଇ, 

ଗୋଟିଏ ଦିଗନ୍ତର ପାର୍ଥକ୍ୟ ସୃଷ୍ଟିକରି l 


ସ୍ମୃତିର ଅକୁହା ଭାଷାରେ

ବୁଝାଉଥିଲି ନିଜକୁ, 

ସବୁଦିନ ମୁଁ 'ମୁଁ ' ହୋଇ ରହିବାକୁ, 

ଅସମ୍ଭବ ଶୂନ୍ୟତାକୁ ଅତିକ୍ରମ କରିବାର ଅଭିପ୍ସା ନେଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract