STORYMIRROR

Anasuya Panda

Tragedy

3  

Anasuya Panda

Tragedy

ତୁମ ପ୍ରେମ ଜୀବନକୁ ପୂର୍ଣ୍ଣତା ଦିଏ

ତୁମ ପ୍ରେମ ଜୀବନକୁ ପୂର୍ଣ୍ଣତା ଦିଏ

1 min
181


'ବର୍ଷା,' 

ଅପରାହ୍ନର ସେ ଅଳସ ମୁହୂର୍ତ୍ତରେ ତୁମେ ଆସିଥିଲ, 

ପ୍ରେମ ପ୍ଲାବନ ହୋଇଯାଇଥିଲା ମନ ଓ ପ୍ରାଣ l 

ରଓଦ୍ରର ଦଉରାତିମିୟ ଏଵେ ପ୍ରସମିତ l 


ତୁମର ପ୍ରଥମ ସ୍ପର୍ଶରେ, 

ଓଦା ମାଟିର ବାସ୍ନାରେ, 

ମନ ମୋର କିଶୋରୀ କନ୍ୟାର ରୂପନେଇ, 

ସବୁ ଲାଜ, ଭୟକୁ ଗଣ୍ଠିଲିକରି ଫିଙ୍ଗିଦେଇ, 

ପ୍ରିୟତମ ସହ, ବର୍ଷାରେ ଭିଜିବାକୁ ବାହାରିଯାଏ l 


ଅତୀତର 'ସ୍ମୃତି' ସବୁ ତାଜା ହୋଇଉଠେ ମନ ରାଜ୍ୟରେ l 

ଅମାନିଆ ମନଟା ପ୍ରେମ ପ୍ରଗଲଭ ହୋଇଉଠେ, 

'ବର୍ଷା' ର ଟିପ ଟିପ ବୁନ୍ଦାକୁ ହାତ ମୁଠାରେ କଏଦୀ କରିବାକୁ l 


ଆକାଶରେ ଖଣ୍ଡ ଖଣ୍ଡ 'ମେଘ,'

ଆଖି ଆପେ ଆପେ ପହଁରିଯାଏ ଝରକାଦେଇ ବାହାରକୁ, 

ଦେହକୁ ପଥର କରି ଠିଆ ହୋଇଥିବା ନଡ଼ିଆଗଛ, 

ବର୍ଷା ପାଣି, ପବନରେ ଖୁସିରେ ଅଧିରହୋଇ

କେମିତି କୁରୁକୁରୁ ହୋଇ ବାହୁଙ୍ଗା ହଲାଉଥାଏ, 

ଝରି ପଡ଼ୁଥିବା ମୁକ୍ତା ତୁଲ୍ୟ 'ବର୍ଷା' ବିନ୍ଦୁ, 

ମନକୁ ଆହୁରି ପୁରୁଣା ଦିନକୁ ଟାଣିନିଏ, 

ସ୍ମୃତି ର ପେଟେରା ଖୋଲିବାକୁ l 


'ବର୍ଷା' ତୁମର ସେ ଶୀତଳ ଓଢଣୀତଳେ, 

ପ୍ରିୟତମର ଉଷ୍ଣ ସ୍ପର୍ଶ ଖୁବ ମଧୁରଥିଲା l 

ଏବେବି ମନେପଡିଲେ ରୋମାନଚିତ୍ତ କରେ

ମୋତେ l


ପ୍ରିୟତମ, ଦୂର ପାହାଡର ମଥା ଉପରେ ଲହଡି 

ଭାଙ୍ଗୁଥିବା ବାଦଲପରି ତୁମେ, 

ଇଛା ହେଲେ ବର୍ଷିଯିବ, 

ନାହିଁତ ମୁହଁ ଫୁଲାଇ ପଳାଇଯିବ l 


କିନ୍ତୁ, କେଜାଣି କାହିଁକି ତୁମେ ବର୍ଷା ପରି ନୁହେଁ l 

ଏତେ ଆପଣl ର ହେଲେବି, 

ତୁମ ପ୍ରେମ ବର୍ଷା ପରି ଏତେ ନିଜର ଲାଗେନି l 


ସମୟର ଯେଉଁ ଲକ୍ଷ୍ମଣରେଖା ମୋ ପାଇଁ ଟଣା ହୋଇଛି ତାକୁ ଅତିକ୍ରମ କରିବା ବହୁତ କଷ୍ଟ ମୋ ପାଇଁ, 

ତଥାପି ଚାତକ ପରି ତୁମକୁ ଓ ବର୍ଷା କୁ ଅନାଇ ଥାଏ, 

ପ୍ରେମର କେଇ ବୁନ୍ଦା ଜଳରେ ନିଜ ଓଠକୁ ଓଦା କରି, 

ନିଜକୁ ପୂର୍ଣ୍ଣ କରିବାକୁ l 

*******************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy