Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anasuya Panda

Others

4.8  

Anasuya Panda

Others

ସୃଷ୍ଟିର ସୁନ୍ଦର ରଚନା

ସୃଷ୍ଟିର ସୁନ୍ଦର ରଚନା

1 min
434


ପରିବାର, 

ସୃଷ୍ଟିର ସବୁଠୁ ସୁନ୍ଦର ରଚନା,

ପତି, ପତ୍ନୀଙ୍କର ଅଖଣ୍ଡ ବିଶ୍ୱାସ, 

ଯେଉଁ ଦୀପକୁ ଚିରନ୍ତନ ଜଳାଇ ରଖେ, 

ଭଲପାଇବାର ରେଶମୀ ଡୋରି 

ଯେଉଁଠି ମା', ବାପା, ପିଲାଙ୍କୁ ଏକାଠି ବାନ୍ଧି ରଖେ l 


ଏକ ମଣିଷର, ଅନ୍ୟ ମଣିଷ ପାଇଁ 

ସମ୍ପୂର୍ଣ ଦାଇତ୍ୱବୋଧର ଶିକ୍ଷା, 

ସ୍ନେହ, ପ୍ରେମ ଓ ବନ୍ଧନର ଅପୂର୍ଵ ସମନ୍ଵୟ, 

ପରିବାରରୁ କେବଳ ଆରମ୍ଭ l 


ପରିବାର, ଏକ ସୁସ୍ଥ ଭିତ୍ତିପ୍ରସ୍ତର, 

ଯାହା ଧନ, ମାନ, ଯଶ, ଗୌରବ କେବେବି କରିପାରେନି, 

କିନ୍ତୁ, ପରିବାରର ପ୍ରତେକଙ୍କ ଆସକ୍ତିର କରେ ତାକୁ ଦୃଢ l 


ସମୟର କଷା ଘାତ, 

ସେ ପରିବାରର ମୂଳଦୁଆ ହଲାଇ ପାରେନି, 

ଯାହା ଶାନ୍ତି, ପ୍ରେମ, ପରସ୍ପର ପ୍ରତି ସମ୍ମାନରେ ବନ୍ଧା ହୋଇଥାଏ l 



Rate this content
Log in