STORYMIRROR

Debabrata Barik Debunu

Romance

4  

Debabrata Barik Debunu

Romance

ପ୍ରେମ

ପ୍ରେମ

1 min
167

କାହା ପାଇଁ ପ୍ରେମ ସମୟ କାଟିବା

ଦେହର ଦୋକନ କରି

ଭୋକ ମେଣ୍ଟି ଗଲେ ପ୍ରେମ ତୁଟି ଯାଏ

ବଜାର ସଉଦା ପରି


କାହା ପାଇଁ ପ୍ରେମ ମନ ମନ୍ଦିରରେ

ଜଳୁ ଥିବା ଏକଦୀପ

ପୁଣ୍ଯରେ ପୁଣ୍ୟରେ ପ୍ରେମ ଅଭିସାରେ

ପରାଜିତ ହୁଏ ପାପ


କାହା ପାଇଁ ପ୍ରେମ ଉଦାସୀ ବେଳାରେ

ଖୋଜି ହେଉଥିବା ସୁଖ

କାହା ପାଇଁ ପ୍ରେମ ଗହଳି ଭିତରେ

ଝୁରି ହେଉଥିବା ଦୁଃଖ


କାହା ପାଇଁ ପ୍ରେମ ସମର୍ପିତ ଏକ

ଭିଜା ଜହ୍ନରାତି ଛୁଆଁ

କାହା ପାଇଁ ପ୍ରେମ ନିଃସଙ୍ଗ ଶେଯରେ

ଦେହ ଦହନର ନିଆଁ..


Rate this content
Log in

Similar oriya poem from Romance