ପ୍ରେମ
ପ୍ରେମ
କାହା ପାଇଁ ପ୍ରେମ ସମୟ କାଟିବା
ଦେହର ଦୋକନ କରି
ଭୋକ ମେଣ୍ଟି ଗଲେ ପ୍ରେମ ତୁଟି ଯାଏ
ବଜାର ସଉଦା ପରି
କାହା ପାଇଁ ପ୍ରେମ ମନ ମନ୍ଦିରରେ
ଜଳୁ ଥିବା ଏକଦୀପ
ପୁଣ୍ଯରେ ପୁଣ୍ୟରେ ପ୍ରେମ ଅଭିସାରେ
ପରାଜିତ ହୁଏ ପାପ
କାହା ପାଇଁ ପ୍ରେମ ଉଦାସୀ ବେଳାରେ
ଖୋଜି ହେଉଥିବା ସୁଖ
କାହା ପାଇଁ ପ୍ରେମ ଗହଳି ଭିତରେ
ଝୁରି ହେଉଥିବା ଦୁଃଖ
କାହା ପାଇଁ ପ୍ରେମ ସମର୍ପିତ ଏକ
ଭିଜା ଜହ୍ନରାତି ଛୁଆଁ
କାହା ପାଇଁ ପ୍ରେମ ନିଃସଙ୍ଗ ଶେଯରେ
ଦେହ ଦହନର ନିଆଁ..