STORYMIRROR

Shiba Charan Mahapatra

Romance

4  

Shiba Charan Mahapatra

Romance

ବିଜନ ବେଳାରେ ଆସ

ବିଜନ ବେଳାରେ ଆସ

1 min
364


ଚିରସ୍ରୋତା ବାୟୁ ଖରସ୍ରୋତ ବହେ 

ଆୟୁଷ ଭାଙ୍ଗେ ଅଳସ

ଅନ୍ତିମ ପ୍ରହର ହେଲାଣି ଉଛୁର 

ଆସ ନବଘନ ଆସ..


ମେଘ ବାଦଲର ଲୁଚକାଳି ଖେଳ 

ଅନ୍ଧାର ଓଢଣୀ ତଳେ

ପରମ ପୁରୁଷ ଲୁଚି ଲୁଚି ଆସ 

ଗୋପୀ ନେତ୍ର ଆଢୁଆଳେ..


ଏକାନ୍ତରେ ଆସି ଛୁଇଁ ଦେଇଯାଅ 

ଅପବିତ୍ର ମନ ମୋର

ସେ ମୁହୂର୍ତ୍ତ ଠାରୁ ଶେଷ ପଥଯାଏଁ 

କରିପାର ହତାଦର..


ଖୁବ୍ ମନା କଲି ମାନିଲାନି ମନ

ଉଜାଣି କାମନା ଢେଉ

ପହିଲି ଫଗୁଣ ମୃଦୁ ସମୀରଣେ

ମଧୂରେ ବୁଣିଲା କୁହୁ.. 


ଢେଉଢେଉକା ମୋ ଜୀବନ ନଉକା

ପାହାନ୍ତି ପ୍ରହରେ ଠିଆ

କୂଳ କି କିନାରା ପାଏ ନାହିଁ ଏବେ

କେତେ ଦୂର ମୋର ଗାଆଁ..


ଆସ ଆସ ପ୍ରିୟ ନହୋଇ ନିର୍ଦ୍ଦୟ

ଭୁଲିଲିଣି ଶେଷ ପାଠ

ଅପୂର୍ଣ୍ଣ ଗଣିତ ଘାଟ ପରେ ବାଟ 

ଅବା ବାଟ ପରେ ଘାଟ..!!


ତୁମେ ନ ଧରିଲେ କେ ଅଛି ଧରିବ 

ଆହୁଲା ଭଙ୍ଗା ତରଣୀ  

ଅନ୍ତିମ ରଜନୀ ବିଜନ ବେଳାରେ 

ଦେଖାଦିଅ ନୀଳମଣି..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance