STORYMIRROR

Sasmita Mohapatra

Romance

4  

Sasmita Mohapatra

Romance

ସ୍ବୀକାରୋକ୍ତି

ସ୍ବୀକାରୋକ୍ତି

1 min
318


ମୁଁ ଯେବେ ହେବି ମୁଠାଏ ସପନ

ତୁମେ ହେବ ମୋର ଆଖି

ମୋର ସପନକୁ ସଜାଇବା ଲାଗି

ତୁମେ ହେବ ଅନୁରାଗୀ ।


ମୁଁ ଯଦି ହେବି ମଧୁର ଝରଣା

ତୁମେ ହେବ ତା ମୂର୍ଚ୍ଛନା

ସାତସୁରେ ପ୍ରେମ ଗୀତର ଝଙ୍କାରେ

ବିତରିବା ସୁଖ ବାସ୍ନା ।


ମୁଁ ଯଦି ହେବି ଶୀତଳ ସମୀର

ତୁମେ ହେବ ତାର ଗନ୍ଧ

ତନୁମନେ କେତେ ବେପଥୁ ଜଗାଇ

ବୋହୁଥିବ ମନ୍ଦମନ୍ଦ ।


ମୁଁ ଯଦି ହେବି ଅସୀମ ଆକାଶ

ତୁମେ ହେବ ତାର ଜ୍ୟୋତି

ବସି ଦେଖୁଥିବି ଦିବାନିଶି ଏକା

ସୁରମ୍ୟ ହୃଦୟ ଯୋଖି ।


ମୁଁ ଯଦି ହେବି ଚଞ୍ଚଳା ତଟିନୀ

ତୁମେ ହେବ ଶୀତଳତା

ପ୍ରେମ ପ୍ରବାହର ଜ୍ବଳନ ପ୍ରାଣରେ

ଢାଳିଦେବା ପ୍ରେମ ଛିଟା ।


ମୁଁ ଯଦି ହେବି ସୀମାହୀନ ସିନ୍ଧୁ

ତୁମେ ହେବ ତା ତରଙ୍ଗ

ବେଦନା ବିଧୂର ପରାଣେ ପ୍ରୀତିର

ସଜାଇବା ନୂଆ ରଙ୍ଗ ।



Rate this content
Log in

Similar oriya poem from Romance