STORYMIRROR

Shiba Charan Mahapatra

Romance

4  

Shiba Charan Mahapatra

Romance

ପ୍ରତିଶୃତି-ଦୁଇ

ପ୍ରତିଶୃତି-ଦୁଇ

1 min
260


ଦେଇଦେଲି ଯେବେ ଦେଇଦେଲି ମନ

ପଚାରନି କାଇଁ କୁହ

ମୁଁ କହିବା ଆଗୁ କହିବ କି ତୁମେ

ମୋ ହୃଦୟ କାହିଁକି ଛୁଅଁ..?


ଜାଣିଛି ଦେବୀ'ଟେ ପ୍ରୀତି ମନ୍ଦିରେ ତୁ

ମୁଁ ତାନ୍ତ୍ରିକ କାପାଳିକା

ସ୍ନେହ ଶ୍ରଦ୍ଧା ପ୍ରେମ ବଶୀଭୂତ ମନ୍ତ୍ରେ 

ହୋଇଛ ଅଭିସାରିକା..!


ସଜେଇ ହେଇଛ ଚିତା ଚନ୍ଦନରେ 

ଅପରୂପା ମୋ ପ୍ରେମିକା

ଦୁନିଆ ଦାଣ୍ଡେ ମୁଁ ଛାତିପିଟି କହେ 

ତୁମେ ମୋ କପାଳ ରେଖା..!


ନୁଆଁଳିଆ ସତ ମୋ ଛପର ଛାତ

ହୃଦୟ ଟା ଭାରି ବଡ

ଆସୁ ଯେତେ ଦୁଃଖ ଯନ୍ତ୍ରଣା'ର ଝଡ

ଭାଙ୍ଗିବନି କୁନି ନୀଡ..!


ସେଇ ନୀଡ ପରେ ତୋଳିଦେବି ଜହ୍ନ 

ତାରାଫୁଲ ପାରିଜାତ 

ସାରା ଲହୁ ଲୁହ ଏକାକାର କରି

ତୋ ସ୍ୱପ୍ନ କରିବି ସତ..!


ସବୁ ଦୁଃଖ ତୋର ମୋ ଭାଗରେ ନେଇ

ଦେବି ସବୁଜିମା ଖୁସି

ଛାଇ ପରି ତୋତେ ଢାଙ୍କି ରହିଥିବି

ହସୁଥିବୁ ବାରମାସୀ..!


ଦେଲି ଆଜି କଥା ଛୁଇଁ ତୋର ମଥା

ଏଇ ମୋର ପ୍ରତିଶ୍ରୁତି 

ତୋ ଓଠ ହସରେ ତୋଳିବି ଝଙ୍କାର 

ଭେଜାଲ୍ ନକରି ପ୍ରିତି..!


କ୍ରମଶଃ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance