STORYMIRROR

Sudhir Kumar Panda

Romance

4  

Sudhir Kumar Panda

Romance

ନୀଳ ପ୍ରେମ

ନୀଳ ପ୍ରେମ

1 min
364

ନୀଳ ଆକାଶ ନିଳିମା ରାଜି ମନ ଚକିତ ହୁଏ 

ଏତେ ବିଶାଳ ଆକାଶ ଦେହେ କିଏସେ ରଙ୍ଗିଥାଏ। 

ନୀଳ ସାଗର ତୀର ତରଙ୍ଗ ମଥାକୁ ପିଟୁଥାଏ 

ନଦୀ ଝରଣା ସମର୍ପଣରେ ତା'ଦେହେ ମିଶି ଯାଏ ।


ନୀଳ ତାରକା ରାତି ବଢିଲେ ନୀଳ ଆଲୋକ ଦିଏ 

ନୀଳ ତାରକା ଆଖିମିଟିକା ଜହ୍ନ ଲାଜେଇ ଯାଏ।

ନୀଳ ମୟୂର କାଢେ ହୁନ୍ଦର ନାଚଇ କାଢି ଠାଣି 

ନୀଳ ଜମୁନା ସର୍ପିଳ ପଥେ ଯାଏ ବହି ଉଜାଣି ।


ନୀଳ କଇଁଟି ନୀଳ ଜହ୍ନକୁ ଅପଲକରେ ଚାହେଁ

ନୀଳ ଭଅଁର କଇଁକୁ ଛୁଇଁ କେଜାଣି କିସ ପାଏ।

ନୀଳ ନାୟକ ନୀଳ ପ୍ରେମୀକ ତୁମରି ନୀଳ ମୋହେ

ନୀଳ ସେ ଆଖି ହୃହୟେ ଲାଖି ତୁମକୁ ଚାହିଁ ରହେ । 


ନୀଳ କନ୍ଦରେ ନୀଳ ବ୍ରହ୍ମରେ ଅଛନ୍ତି ପରମାତ୍ମା

ନୀଳ ଅନଳେ ଶରୀର ଜାଳି ମିଶିବ ନୀଳ ଆତ୍ମା ।



এই বিষয়বস্তু রেট
প্রবেশ করুন

Similar oriya poem from Romance