STORYMIRROR

Snigdha Nayak

Romance

4  

Snigdha Nayak

Romance

ରାଧେକୃଷ୍ଣ

ରାଧେକୃଷ୍ଣ

1 min
445

ପ୍ରେମର ସଂଜ୍ଞା?

ଯାହା ଦୂରତ୍ୱ ସତ୍ୱେ ଗୋଟାଏ ସୂତ୍ରରେ ବାନ୍ଧିରଖେ

ଗୋଟାଏ ମୁଦ୍ରାର ଦୁଇଟି ପାର୍ଶ୍ୱ

ଗୋଟାଏ ପାର୍ଶ୍ୱେ କାହ୍ନା ତ ଅନ୍ୟ ପାର୍ଶ୍ୱେ ରାଧାର ବାସ

ଦୂରତ୍ୱସତ୍ୱେ ଦୁଇଟି ଶରୀରରେ ଗୋଟାଏ ଆତ୍ମାର ଉଆସ।।


 

ଲୋଡେ ନି ପ୍ରେମ ସାଜ କି ଶଯ୍ୟା

ନା ମଥାରେ ନାଲି ଅବିର

ନା ହସ୍ତେ ନାଲି ଶଙ୍ଖାର କାରୁକାର୍ଯ୍ୟ ।।

ଲୋଡେନି ପ୍ରେମ ଖଣ୍ଡିଏ ନାମଫଳକର କାଗଜ

କି ଲୋଡେନାହିଁ ଚାରି କାନ୍ଥର ନିବୁଜ ପରିବେଶ ।।


ମହଲେ ସିନା ନାମକୁ ରୁକ୍ମିଣିର ବାସ

କାହ୍ନା ହୃଦୟେ ତ ରାଧା ଆଉ ରାଧା ହୃଦୟେ କାହ୍ନ। ର ବାସ

ତେବେ ତ ଗୃହେ, ମନ୍ଦିରେ ,ଜଗତେ ରାଧା ସଙ୍ଗେ କାହ୍ନ। ପୂଜିତ

ଏଇତ ଅସଲ ସଂଜ୍ଞା ପ୍ରେମ ଆଉ ସଦ୍ ଭାବନାର

ଆଉ ଚତୁର୍ଦିଗେ ମହକ ରାଧାକୃଷ୍ଣ ରାଧାକୃଷ୍ଣ ନାମର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance