STORYMIRROR

Shiba Charan Mahapatra

Romance

4  

Shiba Charan Mahapatra

Romance

ଦେଶାନ୍ତର ପ୍ରିୟତମା

ଦେଶାନ୍ତର ପ୍ରିୟତମା

1 min
326


କିଏ ଆଣିଦେବ ମୋ ପ୍ରିୟା ଖବର

ଚଇତି ବାରତା ହୋଇ

ଦେଶାନ୍ତରେ କିବା ପଥ ଭୁଲିଗଲା

ଫଗୁଣକୁ କଥା ଦେଇ !!


ସାଇତା ପିରତି ଉଜାଗରେ ଝରେ 

ତିତିକ୍ଷା ଫୁଲ ଚାଙ୍ଗୁଡି 

ଲୋତକେ ପୂରିତ ନୟନ ଯୁଗଳ

ହୃଦେ କୋହ ନଈବଢି ।


ସାଥି ବିନା ରାତି ଭରେ ନୂଆ ତାତି

କୁହୁଳେ ଏ ଜନପଦ 

ସାତପର ଲାଗେ ହସ-ଖୁସି-ସୁଖ

ଗଚ୍ଛିତ ଧନ ସମ୍ପଦ ।


ସସୀମ ଚିନ୍ତନ ଅସୀମ ଧାଉଁଛି 

ଖୋଜି ଖୋଜି ପଦ ଚିହ୍ନ 

ନୀରବେ ନୀରବି ଗୁମୁରି କାନ୍ଦୁଛି 

ବାଦଲ ଉହାଡେ ଜହ୍ନ ।


ଭାରି ନିରିମାଖୀ ଅସରା ବରଷା 

ପଲ୍ଲବେ ସବୁ ପରାଣ 

ପ୍ରିୟତମା ବିନୁ ଏକାକି ମୋ ମନ

ଜଳୁଥାଏ ପ୍ରତିକ୍ଷଣ ।


ବନ ପୋଡିଯାଏ ଲୋକଲୋଚନରେ 

ମନ ଜଳେ ଅଗୋଚରେ 

ନିର୍ଜନ ଛାତିକୁ ଦୁଇ ହାତେ ଚିରି

ଯେହ୍ନେ ଶେଫାଳିକା ଝରେ ।


ପ୍ରଭଞ୍ଜନ ପାଶେ ଦେଇଛି ସନ୍ଦେଶ

ଯାଅ ବାରେ ପ୍ରିୟା ଦେଶ

ଫେରାଇ ଆଣିବ ଲିଭିବା ଆଗରୁ

କ୍ଷଣିକ ଶେଷ ଆୟୁଷ ।



Rate this content
Log in

Similar oriya poem from Romance