STORYMIRROR

Aparti Charan Sethi

Tragedy Others

4  

Aparti Charan Sethi

Tragedy Others

କ୍ଷମା

କ୍ଷମା

1 min
396

ସବୁ ସମସ୍ୟାର ସମାଧାନ ଥାଏ

    ସବୁ ଭୁଲ୍ ପାଇଁ କ୍ଷମା,

ଗୋଟେ ଭୁଲ୍ ପାଇଁ କିନ୍ତୁ କ୍ଷମା ନାହିଁ

    ପ୍ରେମେ‌ ଦେଲେ ପ୍ରତାରଣା‌।

ଅପରାଧ କରି ଅନୁତାପ କଲେ

    ମିଳିଯାଇ ପାରେ କ୍ଷମା,

ବିଶ୍ଵାସରେ ବିଷ ଭରିଦେଲେ ଯଦି

    କ୍ଷମା ମିଳେ ନାହିଁ ଯମା‌।

ମିତ୍ରତା ସ୍ଥାପନେ କୃତଘ୍ନ‌ତା ଭରି

    ବିବେକ ହରାଇଦେଲେ,

କ୍ଷମା ଶବ୍ଦଟିଏ ଦୂରେ ଚାଲିଯାଏ

    ମିଳେନି‌ ଯେତେ ଖୋଜିଲେ।

କେ କରିବ କ୍ଷମା ପିତା ମାତା ପ୍ରତି

    ଯଦି କେହି ଦ୍ରୋହ କରେ,

ନା,କ୍ଷମା କି ମିଳିବ ଗୁରୁଶିକ୍ଷା ଦାନ

    ହୃଦୟରୁ ପାଶୋରିଲେ?

ଅନୁତାପ ବହ୍ନି ଯା' ହୃଦେ ଜଳିନି

    କ୍ଷମାର ଯୋଗ୍ୟ କି ହୁଏ,

ଅଭିଗୁଣ ସବୁ ଯେ ଦେହୁଁ କାଢିନି

    ସେ କି କ୍ଷମା ପାଇଥାଏ?

କୋଳରେ ବସାଇ ଗଳାକାଟି ଦେଇ

    ପୌରୁଷତା ଆଚରିଲେ,

କ୍ଷମା ବିବେଚନା ସେ କେବେ ହୁଏନା

    ଦଣ୍ଡଟି ଅବଶ୍ୟ ମିଳେ।

କପଟରେ ଅନ୍ୟ ପାଇଁ ଯଦି କେହି

    ସନ୍ତର୍ପଣେ ଗାତ ଖୋଳେ,

ସେ ଗାତରେ ନିଜେ‌ ପଡିବାଟି ଧାର୍ଯ୍ୟ

    ଭୁଲ ନାହିଁ ଅବହେଳେ।

ଉତ୍ତମ ଅଧମ ଜନ ଆଚରଣ

    ପ୍ରଭୁ କରେ ନିରୀକ୍ଷଣ,

ଅନ୍ତରାଳେ ଥାଇ କାଳ ହସୁଥାଇ 

    ଦୁର୍ଜନର ଭାଙ୍ଗେ ଟାଣ।

ଅପରାଧ କରି ଯଦି କେ ହସୁଛି‌

    ଏ ସଂସାର ଦେଖୁଅଛି,

ପର ମୁହୂର୍ତ୍ତରେ କିନ୍ତୁ ସେ ପ୍ରାରବ୍ଧ‌

    ଫଳ ନିଶ୍ଚେ ଭୋଗୁଅଛି।

କ୍ଷମାଟି ଏମିତି ପବିତ୍ର ଶବ୍ଦଟି

    ଦୋଷୀକୁ ନିର୍ମଳ କରେ,

ଯଦି ସେହି ଦୋଷୀ ଅନୁତାପ କରେ

    ଆପଣାର ହୃଦୟରେ।

ଦସ୍ୟୁ ରତ୍ନାକର ଥିଲା ଦୂରାଚାର

    ଅପରାଧ କରୁଥିଲା,

ତା'ପାପରେ କେହି ଭାଗୀଦାର ନାହିଁ

    ଯେବେ ଅନୁତାପ କଲା।

ଭୁଲିଲା କୁକର୍ମ ଭଜି‌ଲା ସେ ରାମ

    କ୍ଷମା ଅଚିରେ ଲଭିଲା,

ଲେଖନୀ ଯାହାର ରାମାୟଣ ଭଳି

    ମହାଗ୍ରନ୍ଥ ସୃଷ୍ଟି କଲା।

ଯଦି ଦଶାନନ କ୍ଷମା ଚାହିଁଥାନ୍ତା‌

    ଲଙ୍କା‌ କି ଧ୍ଵଂସ ହୁଅନ୍ତା,

ନା କ୍ଷମା ଚାହିଁଥାନ୍ତା ଯଦି ଦୁର୍ଯୋଧନ

    କୌରବ ନାଶ ଯାଆନ୍ତା‌?

ଦଣ୍ଡିବା ଶକତି‌ ଯାର ଥାଇ ପୁଣି

    ସେ ବି କ୍ଷମା ଆଚରନ୍ତି,

ଅନୁତାପ କଲେ କ୍ଷମା ମିଳିଯାଏ

    ଶାସ୍ତ୍ର ଏହା କହିଛନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy