STORYMIRROR

Kabiratna Nutan Kumar Behera

Tragedy

4  

Kabiratna Nutan Kumar Behera

Tragedy

ମନ୍ଦବୁଦ୍ଧି

ମନ୍ଦବୁଦ୍ଧି

1 min
357

          

ବୁଦ୍ଧି ମଧ୍ୟରେ ହୀନ ଅଟେ ମନ୍ଦବୁଦ୍ଧି

   ଜ୍ଞାନ ବିବେକ ବିଚାରର ହୁଏ ନାହିଁ ବୃଦ୍ଧି

        ଚକ୍ଷୁସ୍ମାନକୁ କରିଦିଏ ସେ ଜ୍ଞାନ ଅନ୍ଧ,

ଶିମଳି ପଳାଶ କୁସୁମ ପ୍ରାୟେ ପ୍ରବନ୍ଧ

  ଦିଶେ ନାଲି ଟହଟହ କପଟତାର ଛନ୍ଦ

       ତା' ଭିତରେ ନଥାଏ ଟିକିଏ ବି ସୁଗନ୍ଧ।


ମନ୍ଦବୁଦ୍ଧି ଯା'ର ହୁଏନା ପ୍ରିୟ କାହାରି

     ଯେତେ ଯା' କଲେ ଯାଏ ତ ହାରି

        ନିଜ ଅନ୍ତର୍ନିହିତ ପ୍ରତିଭାକୁ ଦିଏ ମାରି,

ଆତ୍ମୀୟସ୍ବଜନ ବନ୍ଧୁଙ୍କର ହୁଏ ବଇରି

   ମୁଖେ ତା' କଟୁ କର୍କଶ ବଚନ ଥାଏ ପୁରି

          ମନ୍ଦଗୁଣ ପାରେନା ଆୟତ୍ତ କରି।


ହୁଏ ନିଶାସକ୍ତ କରେ ଅନ୍ୟାୟ ଅନୀତି

     ସମାଜରେ ରହି ସେ କରୁଥାଏ କ୍ଷତି

        ଅଧଃପତନ ଆଡ଼କୁ ହୁଏ ତାର ଗତି,

କରେ ଲୁଣ୍ଠନ ଚୋରି ଡକାୟତି

   ଧରାପଡି ଜୀବନେ ପାଏ ବହୁ ଶାସ୍ତି

           ଶେଷ ତାର ସବୁକିଛି ହୁଏ ଇତି।


ମନ୍ଦବୁଦ୍ଧିରେ କଂସ ରାବଣ ଦୁର୍ଯ୍ୟୋଧନ

   ଉଚ୍ଚ ସ୍ଥାନେ ରହି କଲେ ହୀନ ଆଚରଣ

      ପ୍ରବଳ ପରାକ୍ରମୀ ହୋଇ ହେଲେ ନିଧନ,

ଅନ୍ୟାୟ ଅତ୍ୟାଚାର କରି ନାଶେ ମାନ

   ସବୁରି ଆଖି ଆଗରେ ହୁଏ ସେ ଘୃଣ୍ୟ

    ଚରିତ୍ର ହୁଏ କଳଙ୍କିତ ପାଏ ନିନ୍ଦା ଅପମାନ।


ଥିଲେ ମନେ ମନ୍ଦବୁଦ୍ଧି ବୁଝେନା ପ୍ରୀତି

  କରେ ବାହାନା ଛଳନା ପ୍ରତାରଣା ନିତି,

    ହୃଦୟେ ନଥାଏ ଶ୍ରଦ୍ଧା ସ୍ନେହ କାହା ପ୍ରତି

        ସ୍ବାର୍ଥର ନିଶାରେ ରହିଥାଏ ସେ ମାତି।


ମନ୍ଦବୁଦ୍ଧି ବିନାଶର ହୋଇଥାଏ କାରଣ

     ମାନେ ନାହିଁ ସେ କାହାରି ବାରଣ

       ହିତବାଣୀ ଭଲ କଥା କରେନା ଶ୍ରବଣ,

ହୁଏ ନାହିଁ ତାର ଆତ୍ମାର ସଂସ୍କରଣ

   ଯେତେ ଯା' କଲେ ହୁଏନା ପରିବର୍ତ୍ତନ

      ପରିଶେଷେ ଅକାଳେ ଯାଏ ତାର ପ୍ରାଣ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy