STORYMIRROR

Jagannath Das

Tragedy Inspirational Others

4  

Jagannath Das

Tragedy Inspirational Others

ଗାଁ କୂଅ

ଗାଁ କୂଅ

1 min
392


ଲକ୍ଷ ଭାବନା ର କୋଳେ

ମୁଁ ଖୋଜେ ଗାଁ କୂଅ ର ଅସ୍ଥିତ୍ୱ 


ଗାଁ କୂଅ ରୁ ପାଣି ପିଇ ବାରେ

ପିଲା ବେଳେ ବହୁବାର ଅଭ୍ୟସ୍ତ


ଗ୍ରାମ ବାସି ସଦା ଗାଁ କୂଅ କୁ

ବ୍ୟବହାର କରିବାରେ ରତ


ଗାଁ କୂଅ ସର୍ବଦା ସେବିଛି ତାଙ୍କ

ହସ୍ତ ପାଦ ମୁଖ ହୋଇଣ ବିମୁକ୍ତ


ବର୍ତମାନ ବିଜ୍ଞାନ ର ପରାକ୍ରମେ ସୁପ୍ତ

ଗାଁ କୂଅ ହୋଇଅଛି ପ୍ରାୟତଃ ବିଲୁପ୍ତ


ଗାଁ କୂଅ ଗାଁ ମଧ୍ୟେ ହୋଇଗଲେ ସୁପ୍ତ

ଚିତ୍କାର ରେ ଗ୍ରାମଲୋକେ ହେଉଥିଲେ ବିରକ୍ତ


ଗାଁ କୂଅ କୁ ସଜାଡୁଥିଲେ ହୋଇଣ ଆସକ୍ତ

ପାଣି ବିକଳରେ ଶୁଖି ଯାଉଥିଲା

ରକ୍ତ


ଆଜି ଗାଁକୁଅ କୁ କେହି ଅନାଉ ନାହିଁ ହୋଇଣ ପ୍ରୀତ

ଗାଁ କୂଅ କଥା ମନେ ରଖୁନାହିଁ ଆଉ ଆମ ଚିତ୍ତ


ଗାଁ କୂଅ ସେମିତି ଅଲୋଡ଼ା ଆଜି

ସତେ ଅଭିଶପ୍ତ

ଦିନଥିଲା ସମସ୍ତ ଙ୍କ ଠୁକରୁଥିଲା

ଆଶୀର୍ବାଦ ପ୍ରାପ୍ତ


ଗାଁକୁଅ, ସ୍ୱଚ୍ଛ ଜଳ କରୁଥିଲା

ସମସ୍ତ ଙ୍କୁ ଆନନ୍ଦିତ

ଏବେ ଗାଁ କୂଅ ସମସ୍ତଙ୍କ ପାଇଁ

ହୋଇଅଛି ପରିତ୍ୟକ୍ତ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy