STORYMIRROR

Debadatta Pradhan

Tragedy

4  

Debadatta Pradhan

Tragedy

ନ୍ୟାୟ ଅନ୍ୟାୟ

ନ୍ୟାୟ ଅନ୍ୟାୟ

1 min
418


ନ୍ୟାୟରୁ ଜନମ ଅନ୍ୟାୟ ଅଧର୍ମ

ଗୋଟିଏ କୁଟୀରେ ବାସ

ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି

ଜଣେ ପ୍ରଭୁ ଜଣେ ଦାସ।।

            ଅନ୍ୟାୟ ଅନିତୀ କରେ ବହୁକ୍ଷତି

            ସ୍ବାର୍ଥକୁ ଜାବୁଡି ଧରେ

            ନିଃସ୍ବାର୍ଥୀ ମଣିଷ ହୁଏ ହନ୍ତସନ୍ତ

            ସତ୍ୟକୁ ଗଣ୍ଠିଲି କରେ।।

ସତ୍ୟାଶ୍ରିତ ଜନ ହୁଏ ଭାଗ୍ୟବାନ

ମରଣ କାଳେ ତା,ଜାଣି

ଭଲମନ୍ଦ କଥା ଜଣାଏ ବ୍ୟବସ୍ଥା

କର୍ମଫଳ ପରିମାଣି।।

            କଲାକର୍ମ ମାନ ମାନବର ମାନ୍ୟ

            ନ,କଲେ ନ,ନେଲେ ହୁଏ

             ତହିଁରୁ ସମ୍ଭୁତ ସାମନ୍ତପଣିଆ

             ନମ୍ରତା ସ୍ବଭାବ ଥାଏ।।

ନ୍ୟାୟର ଗୋଡଟା ହୁଏ ନାହିଁ ମୋଟା

କଷଟି ପଥରେ କଷା

ଅନ୍ୟାୟ ଗରୁଆ କିଳିକି ଆଗୁଆ

ସଂସାରେ ହୁଅଇ ଘୋଷା।।

            ଆଇନ ଆଖିରେ କପଡା ଢାଙ୍କିଛି

            ବିଜ୍ଞାନୀ ମାନବ ଦେଖ

          ଅଜ୍ଞାନୀ ନ,ଜାଣେ ଅର୍ଜଇ ଅନ୍ୟାୟ

         ଭୋଗଇ ନରକ ଦୁଃଖ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy