STORYMIRROR

Pravasini Senapati

Abstract Tragedy

4  

Pravasini Senapati

Abstract Tragedy

ମୋ ବାପା

ମୋ ବାପା

1 min
232


ହାତ ଧରି ଯିଏ ଚାଲିବା ଶିଖାନ୍ତି

କହିବା ଶିଖାନ୍ତି କଥା

ସ୍ୱର୍ଗ ଠାରୁ ବଡ଼ ଯା' ପାଦ ଯୁଗଳ

ସେ ଅଟନ୍ତି ଜନ୍ମଦାତା । (୧)


ସନ୍ତାନ ମୁଖରେ ଦେବାକୁ ଆହାର

କି ଖରା, ବରଷା, ତାତି

ଶୀତ, କାକରକୁ ନ ଡରି ତିଳେହେଁ

କାମରେ ଯାଆନ୍ତି ମାତି ।(୨)


ସନ୍ତାନର ଅଳି ପୂରଣ କରନ୍ତି

ଅନେକ କଷଣ ସହି

ସ୍ନେହ ଶିକୁଳିରେ ବାନ୍ଧି ରଖିଥାନ୍ତି

ତାଙ୍କ ପରି କେହି ନାହିଁ ।(୩)


ମନରେ ଲୁଚାଇ ଅନେକ ଶରଧା

ବାହାରକୁ ସେ କଠୋର

ଗାଳିରେ ତାଙ୍କର ଲୁଚି ରହିଥାଏ

ଆଶିଷ ର ମଧୁ ଝର ।(୪)


ବାପା ଥିଲା ପିଲା ସଭାରେ ହାରେନା

କାହାରିକୁ ଡରେ ନାହିଁ

ତାଙ୍କ ଆଶୀର୍ବାଦ ଥିଲେ ମଥା ପରେ

ଆଉ କିଛି ଲୋଡ଼ା ନାହିଁ ।(୫)


ତାଙ୍କ ରୁଣ କେବେ ସୁଝି ହେବନାହିଁ

ଜନକ ସେ ଜନ୍ମଦାତା

ତ୍ୟାଗ ଆଗେ ତାଙ୍କ ସବୁ ଲାଗେ ତୁଚ୍ଛ

ନଇଁ ଯାଏ ଏହି ମଥା ।(୬)


ଆଜିର ଏ ଶୁଭ ଅବସରେ ଆମେ

ହୃଦୟେ ଶପଥ ନେବା

ବୟସର ଶେଷ ସୋପାନରେ ନିଶ୍ଚେ 

ତାଙ୍କର ସାହାରା ହେବା ।(୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract