STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ଜନନୀ

ଜନନୀ

1 min
140


ମାଆ ଖାଲି ନୁହେଁ ଜନ୍ମଦାତ୍ରୀ

ଶିଶୁର ପ୍ରଥମ ଶିକ୍ଷୟିତ୍ରୀ

ପରିବାର ପୋଷଣରେ ଅନ୍ନଦାତ୍ରୀ

କର୍ମନିପୁଣା ଗୃହକର୍ମୀ କର୍ମଯାତ୍ରୀ

ଆଚରଣ ଉଚ୍ଚାରଣେ ସରସ୍ଵତୀ

ପବିତ୍ରତା ଧର୍ମେ ମାଆ ସାବିତ୍ରୀ

ମହନୀୟା ମହିୟସୀ ପାର୍ବତୀ

ମାଆ ମହିୟସୀ ସନ୍ତାନବତ୍ସଳା 

କର୍ମନିପୂଣା ଜନନୀ ତ୍ୟାଗଶୀଳା

ମାଆ ସନ୍ତାନ ରକ୍ଷାକର୍ତ୍ତୀ ଶୁଶୀଳା

ଚନ୍ଦନ ବାସ୍ନାଭରା ପଣତ ଉତ୍ପଳା

ସ୍ନେହ ପରଶରେ ତା ପରି ସୁଶୀତଳା 

କଳିପାରିବ ମାଆକଥାର ଯାଦୁ କେତେ

 ପଖଳା ମେଖଳା ଅମୃତବୋଳା ?

ମାଆ ସ୍ୱର୍ଗୀୟ ଦାନ ସନ୍ତାନବତ୍ସଳା

ସ୍ଵର୍ଗର ଅମୃତମଣୋହୀରୁ ଟୋପେ

ମାଆ ଜନନୀ ଉପରେ ଢଳା ଓ ବୋଳା

ଜଗନ୍ନାଙ୍କ ମାଉସୀମାଆ ପୋଡପିଠା ଦେଇ

ଜଗନ୍ନାଥଙ୍କୁ ଡାକନ୍ତି ଆ ଧନମଣି

ଚଢ଼ି ଘୋଡ଼ା ଧଳା ଓ କଳା



Rate this content
Log in

Similar oriya poem from Inspirational