Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ସଙ୍ଗୀତଜ୍ଞ ଗୁରୁ ବାଳକୃଷ୍ଣ ଦାଶ

ସଙ୍ଗୀତଜ୍ଞ ଗୁରୁ ବାଳକୃଷ୍ଣ ଦାଶ

1 min
120



ଅପ୍ରତିଦ୍ଵନ୍ଦୀ ସଙ୍ଗୀତଜ୍ଞ ଗୁରୁ ବାଳକୃଷ୍ଣ ଦାଶ 

ଥିଲେ ଉପାସକ ଧ୍ୱନିର

ମୁକୁଟ ବିହୀନ ସମ୍ରାଟ, ଗୁରୁଣାଂ ଗୁରୁ ବନି

ଥିଲେ ଓଡିଶୀ ସଙ୍ଗୀତର ।


ପିଲାଦିନରୁ ଗୋଟିପୁଅ ନାଚ, ଗୀତ ଅଭିନୟ 

ପ୍ରତି ହୋଇଥିଲ ଆକର୍ଷିତ 

ଓଡ଼ିଶୀ ସଙ୍ଗୀତର ପ୍ରବାଦ ପୁରୁଷ ଗୋକୁଳ 

ଶ୍ରୀଚନ୍ଦନଙ୍କ ଠାରୁ ହେଲ ଶିକ୍ଷିତ ।


ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବଡେ ଗୁଲାମ ଅଲ୍ଲୀ ଖାନଙ୍କ 

ଠାରୁ ସଙ୍ଗୀତ ଶିକ୍ଷା କଲ

ଠୁମରୀ ଧାରାରେ, "ବିତିଲାତ ଯାମିନୀ, ମଉଳିଲା 

କାମିନୀ"ର ସଂଯୋଜନା ଓ ସ୍ବରଦାନ କଲ ।


ତାହା ଥିଲା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ 

ଲିଖିତ ପ୍ରସିଦ୍ଧ କବିତା 

ଗାଇଲ ଜୀବନାନନ୍ଦ ପାଣି, ଗୋକୁଳ ଶ୍ରୀଚନ୍ଦନ, କବି 

ସମ୍ରାଟ, ବଳଦେବ ଦୀନକୃଷ୍ଣଂକ ଗାଥା ।


ମନେପଡେ ମୋର, "ପଥ ଅନାଇ ଝୁରି ଝୁରିରେ",

"ବସି କାନ୍ଦୁଥିବ ମାନିନୀ ପ୍ରାଣସଜନୀ",

"ମୋହନ ହେ ମୋହନ ପ୍ରୀତିରେ ନାହିଁ କାରଣ", 

"ଲାଜରେ ସରିଗଲି ଆଜ ସଜନୀ" ।


ମନରେ ରହିଛି ମୋର "ମହୀମଣ୍ଡନା ତୁ ନ ମାର ମାର",

"ସଙ୍ଗିନୀରେ ରାସ ରଙ୍ଗିନୀରେ",

ବନ୍ଧୁ ମୋ କାହୁଁ କିସ ଶୁଣିଲାରେ, ଥକାମନ ଚାଲ ଯିବା,

 ବାଧିଲା ଜାଣି କ୍ଷମା, ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ।


"ଉତ୍କଳ ମଉଡ଼ମଣି ହେ", "ମନ ଭ୍ରମରାରେ ଏ ଫୁଲରେ 

ନାହିଁ ବାସ", "ଚନ୍ଦନଲାଗି ସମୟେ ଚିନ୍ତ ଚିନ୍ତାମଣିକି"

ବନିଥିଲ ଅପ୍ରତିଦ୍ଵନ୍ଦୀ ଅସଂଖ୍ୟ ଆଧୁନିକ, ଓଡିଶୀ, ଛାନ୍ଦ,ଚମ୍ପୁ, 

ଭଜନ, ଜଣାଣ ବୋଲି ଓ ସ୍ବର ସଂଯୋଜନା ଦେଇକି ।


ହେ ମହାନ୍ କଳାକାର ସୃଷ୍ଟି କରିଥିଲ ବହୁ ସଙ୍ଗୀତଜ୍ଞ, 

ବାଳକୃଷ୍ଣ ଓଡ଼ିଶୀ ସଙ୍ଗୀତ ଶିକ୍ଷାଦାନ କରି

ଓଡ଼ିଶୀ ନୃତ୍ୟରେ ପଲ୍ଲବୀର ଅଭାବ ପୂରଣ କରିଥିଲ 

ବସନ୍ତରାଗ ପର୍ଯ୍ୟବେସିତ ପଲ୍ଲବୀ ରଚନା କରି ।


ସଙ୍ଗୀତକ୍ଷେତ୍ରରେ ଅବଦାନ ପାଇଁ ପାଇଛ ମଧ୍ୟପ୍ରଦେଶ 

ସରକାରଙ୍କ ତରଫରୁ ତୁଳସୀ ସମ୍ମାନ

ଜୟଦେବ ପୁରସ୍କାର, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ

ପୁରସ୍କାର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ।


ହେ "ସଙ୍ଗୀତ ସୁଧାକର" ଜନ୍ମ ନେଇଥିଲ ଉତ୍କଳର କଟକ 

ଜିଲ୍ଲାର ସୁନ୍ଦର ଗାଁ ଠାରେ

ଗ୍ରହଣ କର ଶତ ଶତ ଦଣ୍ଡପ୍ରଣାମ ମୋର ହେ ସୁରଶିଳ୍ପୀ 

ତୁମର ମଇ ୧୫ ଧରାବତରଣ ଦିବସରେ ।


Rate this content
Log in

Similar oriya poem from Inspirational