STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

କାବ୍ୟ କୋଣାର୍କର ବିଶ୍ୱକର୍ମା

କାବ୍ୟ କୋଣାର୍କର ବିଶ୍ୱକର୍ମା

1 min
121

ରାଜସୁଖ ପରିତ୍ୟାଗ କରି ଚିରତଲ୍ଲୀନ ଥିଲେ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସାହିତ୍ୟ ସାଧନାରେ 

ଓଡ଼ିଆ ସାହିତ୍ୟରେ ନିଜର କବିତ୍ବକୁ ପ୍ରସ୍ଫୁଟିତ କରି

ଥିଲେ, ମର୍ତଣ୍ଡଙ୍କ କାବ୍ୟ ରଶ୍ମି ପ୍ରଭାବରେ ।


ରୀତିଯୁଗର କବି ହୋଇ ମଧ୍ୟ, ସ୍ୱକୀୟ କାବ୍ୟମାନ 

ରଚନା କରି ଓଡ଼ିଆ ସାହିତ୍ୟରେ

ଭଞ୍ଜଙ୍କ କବିତା ରଚନା ଶୈଳୀରେ ଭିନ୍ନତା ତ ସ୍ପଷ୍ଟ 

ଅନୁମେୟ, ପ୍ରସିଦ୍ଧି "ଭଞ୍ଜଯୁଗ" ନାମରେ ।


ପାଇବା ଆମେକ ଅନୁପ୍ରାସରେ କଳାକୌତୁକ,

ବ ଅନୁପ୍ରାସରେ ବୈଦେହୀସ ବିଳାସ,

ପ ଅନୁପ୍ରାସରେ ପଦ୍ମାବତୀ ପରିଣୟ, ସ ଅନୁପ୍ରାସରେ 

ସୁଭଦ୍ରା ପରିଣୟ ଓ ସତୀ ବିଳାସ, ।


କବିକୁଳ କେଶରୀ ଉପେନ୍ଦ୍ର ଭଞ୍ଜ ଦ ଅନୁପ୍ରାସରେ 

ଦମୟନ୍ତୀ ବିଳାସ ରଚନା କରି 

ପ୍ରସିଦ୍ଧି ପାଇଛନ୍ତି, ଅନନ୍ୟ ଓ ଅଦ୍ବୀତୀୟ ଅନୁପ୍ରାସ 

ଭିତ୍ତିକ କାବ୍ୟ ରଚନା ସୃଷ୍ଟି କରି ।


କୌଣସି ମାତ୍ରା ଓ ବନାନର ବିନା ସାହାଯ୍ୟରେ 

"ଅବନାରସତରାଙ୍ଗ" ରଚନା କରି

କାବ୍ୟ କୁଶଳତା ଓ ଶବ୍ଦ ଜ୍ଞାନର ଅଭୁତପୂର୍ବ ନିଦର୍ଶନ

ଦେଖାଇଛନ୍ତି ବୀରବର ଉପେନ୍ଦ୍ର ଭଞ୍ଜ ଆମରି ।


ପାଇବା ରାମ ରସରୁ କୃଷ୍ଣ ରସ, ପୌରାଣିକରୁ କାଳ୍ପନିକ,

ଉପେନ୍ଦ୍ର ଭଞ୍ଜ କାବ୍ୟକୃତି କି ଅବଲୋକନ କଲେ,

କାମ ଶାସ୍ତ୍ରରୁ କାବ୍ୟ ଶାସ୍ତ୍ର, ଚୌପଦୀରୁ ଚଉତିଶା ନେଇ 

ସମୃଦ୍ଧ କବିସମ୍ରାଟଙ୍କ କାବ୍ୟ ଭଣ୍ଡାର ଦେଖିଲେ ।


ହେ କବି ସମ୍ରାଟ ବନିଛ ଅଗ୍ରଣୀ ଶବ୍ଦାଲଙ୍କାର, ଅର୍ଥ

ଲଙ୍କାର, ରାଗ, ଓ ରାଗିଣୀ ପ୍ରୟୋଗରେ

ଅତ୍ୟୁକ୍ତି ହେବ ନାହିଁ ତୁମକୁ ମୁଁ ନାମ ଦେଲେ କାବ୍ୟ 

କୋଣାର୍କର ବିଶ୍ୱକର୍ମା ହିସାବରେ ।


ହେ କବି ସମ୍ରାଟ, ସଫଳତାର ଉତ୍ତୁଙ୍ଗ ଶିଖରକୁ ଛୁଇଁ

ମଧ୍ୟ ଥିଲା ବିନୟତା ଓ ନମ୍ରତା

"ସ୍ୱଦେଶେ ପୂଜ୍ୟତେ ରାଜା ବିଦ୍ୱାନ ସର୍ବତ୍ର ପୂଜ୍ୟତେ"

ଏହା ତୁମ ଜୀବନର ସତ୍ୟତା ।


Rate this content
Log in

Similar oriya poem from Inspirational