କବି ଗଙ୍ଗାଧର ମେହେର
କବି ଗଙ୍ଗାଧର ମେହେର
ଶୁଣ ପିଲାମାନେ ସ୍ମରୁଛି ଆଜି ମୁଁ ଉତ୍କଳର
ମହାନ୍ ସାହିତ୍ୟିକ ଗଙ୍ଗାଧରଙ୍କୁ
ନିଜ ପୈତୃକ କାର୍ଯ୍ୟରେ ଅଭ୍ୟସ୍ତ ଓ ବ୍ୟସ୍ତ
ଥିଲେ ବି ଉଠିଛନ୍ତି ଉଚ୍ଚ ଶିଖକୁ ।୧।
ଥିଲେ ପିଲା ଦିନେ କବି ଗଙ୍ଗାଧର ଖୁବ୍
ଧୀର ଶାନ୍ତ ସ୍ୱଭାବର
ଉଜ୍ଜଳି ଥିଲେ ସେ ମହନୀୟତା ଜାଗି ଉଠି
ଥିଲା ବାଲ୍ୟ କାଳରୁ ତାଙ୍କର ।୨।
ପିତା ଶିକ୍ଷା ଆରମ୍ଭିଲେ ଓ ତାଙ୍କୁ ନାମରତ୍ନ
ଗୀତା ପଢ଼ାଇ ଥିଲେ
ଚାଟଶାଳୀରେ ଭାଗବତ ମଥୁରା ମଙ୍ଗଳ
ପଣିକିଆ ଆଦି ପଢ଼ିଲେ ।୩।
ଇଂରାଜୀ ଶିକ୍ଷା ଲାଭ କରିବା ନଥିଲା ତ
ତାଙ୍କର ଭାଗ୍ୟରେ
ସୀମାବଦ୍ଧ ଥିଲା ରାମାୟଣ (ବଳରାମ
ଦାଶଙ୍କ) ରଘୁବଂଶରେ ।୪।
ମେଧାବୀ ଛାତ୍ର ଥିବା ସତ୍ତ୍ବେ ବ୍ୟବସ୍ଥା ଯୋଗୁ
ସମାପ୍ତି ଘଟିଲା ଉଚ୍ଚତର ଶିକ୍ଷାରେ
ପାଠ ବୋଲି ଥିଲା ଲାବଣ୍ୟବତୀ ସୁଭଦ୍ରା ପରିଣୟ
ବୈଦେହୀଶବିକାସ ଓ ରସ କଲ୍ଲୋଳରେ ।୫।
ସୁତ୍ରସାର ଓ ସିଦ୍ଧାନ୍ତ ଚନ୍ଦ୍ରିକା ବ୍ୟାକରଣ ସୁତ୍ର
ଗୁଡ଼ିକ ମଧ୍ୟ ଅଭ୍ୟାସ କରି ନେଇଥିଲେ
ତାଙ୍କର ସାରସ୍ୱତ ଚକ୍ଷୁର ଦିବ୍ୟ ଦର୍ଶନ ବଳରେ
ମୂଲ୍ୟବାନ ଗ୍ରନ୍ଥ ସବୁ ରଚନା କରି ପାରିଥିଲେ ।୬।
କବିଙ୍କର ଶ୍ରେଷ୍ଠ ଓ ସଫଳ କାବ୍ୟ ପ୍ରତିଭା ପରିସ୍ଫୁଟିତ
ହୋଇଛି ପ୍ରଣୟ ବଲ୍ଲରୀ କାବ୍ୟରେ ।
ତପସ୍ଵିନୀ ଓ ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ଅମର
ପ୍ରେମ କାହାଣୀରେ ।୭।
ଜନମିଲେ ସ୍ଵଭାବ କବି ଗଙ୍ଗାଧର ୧୮୬୨ ମସିହା
ଅଗଷ୍ଟ ୯ ସମ୍ବଲପୂରର ବରପାଲି ଠାରେ
ସେହି ମହାନ୍ ସ୍ରଷ୍ଟାଙ୍କର ତିରୋଧାନ ହୋଇଥିଲା
୧୯୨୪ ମସିହା ଏପ୍ରିଲ ୪ ତାରିଖରେ ।୮।
ଦୁଃଖର ଅନ୍ଧକାର ଭରି ଦେଇ ଥିଲେ ପ୍ରତ୍ୟେକ
ଓଡ଼ିଆଙ୍କ ପ୍ରାଣରେ
ଏ ଓଡିଆ ଜାତି ଚିର ପ୍ରଣାମ କରୁଥିବ ସେହି
ଅମର ସାଧକଙ୍କ ପାଦ ପଦ୍ମରେ ।୯।
