STORYMIRROR

Gouri Behera

Inspirational Children

3  

Gouri Behera

Inspirational Children

ଆସ ଗଛ ଲଗାଇବା

ଆସ ଗଛ ଲଗାଇବା

1 min
166

ଆସରେ ପିଲେ ସଭିଏଁ ଆସ                   

 ମିଳିମିଶି ଆମେ ଗଛ ଲଗାଇବା ଆସ ।

ଗଛ ଲଗାଇଲେ ସବୁଜ ସୁନ୍ଦର ହେବ 

ଏ ଧରା ବକ୍ଷ ଖିଲି ଖିଲି ହସି ଉଠିବ ।

ଥଣ୍ଡା ପବନ ବାଜିବ ଦେହେ ଯେବେ

 ଦୁରେଇ ଯିବ ଆମରି କ୍ଳେଶ ତେବେ ।

ବୃକ୍ଷ ଅଟଇ ଆମର ଜୀବନ ସାଥୀ

ତାହାରି ବିନା ସ୍ତିର ହେବ ପ୍ରାଣର ଗତି ।

ତାହାରି ପାଇଁ ଅମ୍ଳଜାନ ଯେ ମିଳେ

ଏ କଥାକୁ ମନେ ରଖରେ ପିଲେ ।

ତାହାରି କୋଳେ ବସି ଖେଳିବା ଆମେ

ନାଚରେ ଗୀତରେ କିଛି ଶିଖିବା ପିଲେ ।

ବୃକ୍ଷଟି ପରା ସକଳ ଶକ୍ତିର ଆଧାର

ତାହାରି ପାଇଁ ଆମକୁ ମିଳେ ଆହାର ।

ଦାନବୀର ସେ ବୋଲାଇ ଥାଏ

ମାନବ ସେବାରେ ନିଜ ଜୀବନ ଦିଏ ।

ଗୋଟିଏ ପିଲାକୁ ଗୋଟିଏ ଗଛ

ଗୋଟି ଗୋଟି ଗଛରେ ପରା ଏ ଜଙ୍ଗଲ ଜାତ ।

ଜଙ୍ଗଲ ଥିଲେ ପଶୁପକ୍ଷୀ ଆଉ ହେବେନି ଲୁପ୍ତ

ତାଙ୍କରି ସ୍ୱରେ ଏ କାନନ ହେବ ଗୁଞ୍ଜରିତ ।

ଜଙ୍ଗଲ ଯୋଗୁଁ ବରଷା ହୁଏ

ଧରଣୀ ରାଣୀ ଶସ୍ୟ ଶ୍ୟାମଳ ହୁଏ ।

ରଙ୍ଗ ବେରଙ୍ଗର ଫୁଲ ଯେ ଫୁଟେ

ସୁଗନ୍ଧିତ ବାସରେ ମନ ମୋହିତ ହୁଏ ।


ବୃକ୍ଷ ଅଟଇ ଅମୂଲ୍ୟ ରତନ

ତାହାର ଆମେ ନେବା ଯତନ

ଜଳ, ସାର ଦେଇ ତାକୁ ବଢ଼ାଇବା

ବୃକ୍ଷର ଉପକାରକୁ ସଦା ମନେ ରଖିବା 

ଜଙ୍ଗଲ କୁ ଆମେ ସଫା କରିବା ନାହିଁ

ନିଜ ବିପଦକୁ ଡାକି ଆଣିବା ନାହିଁ । 

 

ବୃକ୍ଷ ର ରକ୍ଷା ଜୀବନ ରକ୍ଷା ।


Rate this content
Log in

Similar oriya poem from Inspirational