ଚାଲ ଯିବା କ୍ଷେତ ଆଡ଼େ
ଚାଲ ଯିବା କ୍ଷେତ ଆଡ଼େ
ସଖା ହେ ସଖା ହେ
ଦୂରରୁ ଶୁଭୁଛି ହଳିଆ ଗୀତ
ସରିଲାଣି ବୋଧେ କ୍ଷେତ ରେ ହଳ
ଅନୁକୂଳ କରି ବିହନ ବୁଣିବେ
ଚାଲ ଯିବା ବୁଲି କ୍ଷେତ ଆଡ଼େ ।
ବେଙ୍ଗୁଲିର ଡାକ ଶୁଭିଲାଣି
ମେଘାଚ୍ଛନ୍ନ ହେଲା ତୋଫା ଗଗନ
ଓହ୍ଲାଇ ଆସିବେ ବରଷା ରାଣୀ
ଧରିତ୍ରୀର କୋଳ ମଣ୍ଡନ ପାଇଁ
ଚାଲ ଯିବା ବୁଲି କ୍ଷେତ ଆଡ଼େ ।
ହୁଳହୁଳି ସହ ଲକ୍ଷ୍ମୀ ମାଁ ଙ୍କୁ ସୁମରି
ଗାଁ ସ୍ତ୍ରୀ ଲୋକେ ଚାରା ଯେ ରୁଅନ୍ତି
ପାରମ୍ପରିକ ଗୀତ ଗାଇ ଗାଇ
ସୁଲୁସୁଲିଆ ବାଆ ଖାଇ ଖାଇ ।
ସଖା ହେ ସଖା ହେ
ସେ ଭିଜା ମାଟିର ବାସନା ଶୁଙ୍ଘିବା
ମାଟିର ସ୍ୱାଦକୁ ଆମେ ବି ଚାଖିବା
ସୁନାର ଫସଲ ପାଖରୁ ଦେଖିବା
ଚାଲ ଯିବା ଟିକେ କ୍ଷେତ ଆଡ଼େ ।