STORYMIRROR

Gouri Behera

Others

3  

Gouri Behera

Others

ମାଆ

ମାଆ

3 mins
117


ମୋ ଜୀବନର ଅମୁଲ୍ୟ ସାଥୀ , ମୋ ଜୀବନ, ମୋର ପ୍ରଥମ

ଭଲ ପାଇବା ଯିଏ ଆଜି ତା ବିଷୟରେ ଲେଖିଲାବେଳେ ଲାଗୁଛି

ସତେ ଯେପରି ଶବ୍ଦକୋଷରୁ ଶବ୍ଦ ନିଅଣ୍ଟ ହେଇଯିବ ।

ମାଆ ର ମହିମା ଅପାର ।

ମାଆର ପ୍ରେମ ସମୁଦ୍ରର ଗଭୀରତା ଠାରୁ ଭି ଅଧିକ ।

ମୋ ଅନୁଭୂତି ରୁ ଦି ପଦ ସେ ମମତାମୟୀ ମାଁ ପାଇଁ ଆଉ ଏ ଦୁନିଆର ସବୁ ମାଁ ଙ୍କୁ ମୋର କୋଟି ପ୍ରଣାମ ।


ଯେଉଁଠି ମମତାର ଝରଣା ନିରନ୍ତର ବୋହି ଚାଲିଥାଏ ,ଯାହାର ମମତା ଚୀର ସବୁଜ ,ଯାହାର ମମତା ବରଫ ପରି ଶୀତଳ ସେ 

ଆମ ମାଆ । 

ଯିଏ ଟାଣ ଖରାର ଉତ୍ତାପକୁ ନିଜେ ସହ୍ୟ କରି ତାର ମମତାର ପଣତରେ ଆମକୁ ଘୋଡେ଼ଇ ସଦା ଶୀତଳ ଛାୟା ଯୋଗେଇ ଦିଏ ସେ ଆମ ମାଆ ।

ଯିଏ ଆମର ଗୋଟିଏ ଡାକରେ ଧାଇଁ ଆସିଯାଏ ଆଉ ଆମର ଜିଦ୍ କୁ ପୂରଣ କରେ ସିଏ ଆମ ମାଆ ।

ଆଜି ଭି ଯାହାର କୋଳରେ ଆଉ ତା ହାତର ମୁଣ୍ଡ ଆଉଁସାରେ ନିଦ ଚୁପକିନା ଆସିଯାଏ ସେ ହିଁ ଆମ ମାଆ ।


ଭୋକ ଲାଗିଲେ ଆମଠୁ ଅଧିକା ଚିନ୍ତାର ବୋଝ ଯାହା ମୁଣ୍ଡରେ ଥାଏ ଆଉ ଆମେ ଖାଇଲା ପରେ ଯିଏ ତୃପ୍ତ ହୁଏ ସିଏ ଆମ ମାଆ ।

ଯାହାର ଭାବନାରେ ,କର୍ମରେ ଆମେ ହିଁ ଆମେ ସେ ଆମ ମାଆ ।

ଦର୍ପଣରେ ନୁହେଁ ଆମ ଭିତରେ ନିଜ ପ୍ରତିରୂପକୁ ଖୋଜେ ଆଉ ନିଜ ସଂସ୍କାରର ଅମୃତ ଟିକେ ଟିକେ ସେବନ କରାଇ ଆମକୁ ଯୋଗ୍ୟ ମଣିଷ ଯିଏ କରାଇ ଦିଏ ସିଏ ଆମ ମାଆ ।

କେବେ ବାପାଙ୍କଠୁ , ପରିବାର ସଦସ୍ୟଙ୍କ ଠାରୁ ଆଉ କେବେ ଏ ନୃଶଂସ ସମାଜଠୁ ଅପମାନ ,ଗାଳି ଓ ନିନ୍ଦା ଆମ ପାଇଁ ଶୁଣେ ଓ କ୍ରୋଧ ରେ ଦି ଚାପୁଡ଼ା ମାରି ଟିକେ ଗାଳି ଦେଇ ଘର ର ଗୋଟିଏ କୋଣ ରେ ବସି ନିଜେ ଆଖିରୁ ଲୁହ ଝରାଏ ସିଏ ଆମ ମାଆ ।


କେବେ ଗୁରୁ ହୋଇ ବାଟ ଦେଖାଇ ଦିଏ ତ ଆଉ କେବେ ଉତ୍ତମ ବନ୍ଧୁ ହୋଇ ସୁଖ ଦୁଃଖ ରେ ସାମିଲ ଯିଏ ହୁଏ ସେ ଆମ ମାଆ ।

ଆମର ହାରିବା ଓ ଜିତିବାକୁ ଗୁରୁତ୍ଵ ନ ଦେଇ ଗୋଟିଏ ଛୋଟିଆ ପ୍ରୟାସ କରେ ତୁ ପାରିବୁ ବୋଲି ସାନ୍ତ୍ୱନା ଦିଏ ଯେ ସେ ଆମ ମାଆ ।

ଦୁଃଖର ପାହାଡ଼ ପାଦଦେଶରେ ଆସିବା ପୂର୍ବରୁ ସେ ସାହାରା ଦେଇ ବାଟ କଡ଼େଇ ନିଏ ସେ ଆମ ମାଆ ।

ଯିଏ ଆମର କୁନି କୁନି ହାତ ଧରି ଚାଲିବା , ଖାଇବା,କଥା କହିବା ଆଉ ପାଠ ପଢେଇବା ଓ ଲେଖେଇବା ଶିଖାଇ ଥିଲା ଆଉ ଯାହା ପାଇଁ ଏବେ ସମ୍ମାନ ର ପାତ୍ର ହେଇଛୁ ସେ ଆମ ମାଆ ।

ଏ ବ୍ରହ୍ମାଣ୍ଡ ର ଚଳନ୍ତି ପ୍ରତିମା ବା ଦେବତା ହେଉଛି ମାଆ ଓ ବାପା ।

ଯେଉଁ ଭଗବାନ ଏ ସଂସ୍କାର କୁ ସୃଷ୍ଟି କଲା ସେ ସଂସାର ର ପ୍ରତିଟି ମଣିଷ ଓ ଜୀବ ର ଦାୟିତ୍ଵ ବହନ କରିବା ପାଇଁ ଏ ଧରାପୃଷ୍ଠରେ ମାଁ ବାପାଙ୍କୁ ଦେବଦୂତ ପରି ପଠେଇ ଦେଲେ ।

ତେଣୁ ସେହି ଚଳନ୍ତି ଭଗବାନ ଆମ ମାଆ ବାପାଙ୍କ ଯତ୍ନ ନେବା ଦାଇତ୍ୱ ଆମର ମଧ୍ଯ ଅଛି ଆଉ ତାଙ୍କର ପ୍ରୌଢ଼ ଅବସ୍ଥାରେ ତାଙ୍କୁ ଅସହାୟ କରି ଛାଡ଼ିବା ନାହିଁ କି ଘରୁ ତୋଡ଼ିଦେବା ନାହିଁ ।

କାରଣ ଆମେ ସବୁ ଋଣ ସୁଝିପରିବା ହେଲେ ମାଁ ବାପାଙ୍କ ଋଣ କେବେ ବି ସୁଝି ପାରିବା ନାହିଁ ।

           ଯେଉଁ ମାଆ ଆମର ସେବା କରିଥିଲା , ଯେଉଁ ମାଁ ବିରକ୍ତ ନ ହୋଇ ସବୁ ପ୍ରଶ୍ନ ର ଉତ୍ତର ହସି ହସି ଦେଉଥିଲା ଯିଏ ନ ଖାଇ ଆମକୁ ଖୁଏଇଥିଲା , ଯିଏ ଦେହ ଖରାପ ହେଲେ ସାରା ରାତି ଜଗି ଜଗି ଆମର କେତେ ସେବା କରିଥିଲା ଆଜି ସେଇ ମହାନ ନାରୀ , ମହିୟସୀ ମହିଳା ଓ ଆମର ମେରୁଦଣ୍ଡ , ଆମର ସାହାରା ସେହି ମାଁ ଙ୍କ ପାଇଁ ଆଜି ଶପଥ କରିବା ଯେ ଏ ଆଜୀବନ ତାଙ୍କର ସେବା କରିବା ଆଉ ତାଙ୍କ ହୃଦୟକୁ ବାଧିଲା ଭଳି କୌଣସି କଥା କହିବା ନାହିଁ ।


       ଜୟ ଶ୍ରୀ କୃଷ୍ଣ


Rate this content
Log in