STORYMIRROR

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଦେଶ ବନ୍ଦନା : ପବିତ୍ର ପୁଣ୍ୟ ପୀଠ -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା : ପବିତ୍ର ପୁଣ୍ୟ ପୀଠ -ଡକ୍ଟର କୃତ୍ତିବାସ ନାୟକ

1 min
6


ମୋ ଦେଶ ଖାଲି ଭୂଖଣ୍ଡ ନୁହେଁ- ପବିତ୍ର ପୁଣ୍ୟପୀଠ,

ନଦୀ ସକଳେ ଗଙ୍ଗା ସମାନ-ଚନ୍ଦନ ସବୁ କାଠ |(ଘୋଷା)


ଏଠି ମାଟିରେ ଅଛି ଗନ୍ଧ, ପୁଣି ସଭିଙ୍କ ମାମୁ ଚାନ୍ଦ |

ପଥର ଖଣ୍ଡ ଠାକୁର,ଏଠି ପବନେ ଅଛି ଛନ୍ଦ |

ପ୍ରକୃତି ଆମ ଗୁରୁମା' ସାଜି ଶିଖାଏ ନୀତିପାଠ |

ମୋ ଦେଶ ଖାଲି ଭୂଖଣ୍ଡ ନୁହେଁ- ପବିତ୍ର ପୂଣ୍ୟପୀଠ |(1)


ଏଠି ଗଛ ବି ପାଏ ପୂଜା, ପୁଣି ଉଚ୍ଚରେ ଉଡ଼େ ଧ୍ୱଜା |

ଆମ ଦେଶରେ ସବୁ ସମାନ ନୁହେଁ କେ ରାଜା-ପ୍ରଜା |

ତ୍ୟାଗରେ ବୀର ସଂସାରେ ସାର ଧର୍ମ ବିଚାର ଶ୍ରେଷ୍ଠ |

ମୋ ଦେଶ ଖାଲି ଭୂଖଣ୍ଡ ନୁହେଁ- ପବିତ୍ର ପୂଣ୍ୟପୀଠ |(2)


ଏଠି ଅନେକ ମୁନି ଋଷି, କେତେ ବଣ ମୁଲକେ ବସି |

ସାଧନା ବଳେ ଜ୍ଞାନ ବିତରି ଦେଲେ ଅନ୍ଧାର ନାଶି |

କୋଇଲି ଏଠି ଗାଉଛି ଗୀତ ମଧୁର ତା'ର କଣ୍ଠ |

ମୋ ଦେଶ ଖାଲି ଭୂଖଣ୍ଡ ନୁହେଁ- ପବିତ୍ର ପୂଣ୍ୟପୀଠ |(3)




Rate this content
Log in

Similar oriya poem from Inspirational