Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

:ଦେଶ ବନ୍ଦନା : ଭାରତ ଚିର ନବୀନ -ଡକ୍ଟର କୃତ୍ତିବାସ ନାୟକ

:ଦେଶ ବନ୍ଦନା : ଭାରତ ଚିର ନବୀନ -ଡକ୍ଟର କୃତ୍ତିବାସ ନାୟକ

1 min
33



ଭାରତର ମାଟି ଭାରତର ଧୂଳି ଭାରତ ପାଣି ପବନ,

ଭାରତର ନଦୀ ସବୁଜ ବନାନୀ ଗଢ଼ିଛି ମୋର ଜୀବନ |(ଘୋଷା)


ଭାରତର ଭାଷା ସାହିତ୍ୟ ସଂସ୍କୃତି ଭାରତର ଜାତି ଧର୍ମ,

ଅନେକ ହେଲେ ବି ଗୋଟିଏ ହୋଇ କରିଛି ଆମକୁ ଧନ୍ୟ,

ଯେଉଁଠି ଥିଲେ ବି ଭାରତ ଜନନୀ କରିବି ନାମ କୀର୍ତ୍ତନ |

ଭାରତର ମାଟି ଭାରତର ଧୂଳି ଭାରତ ପାଣି ପବନ,

ଭାରତର ନଦୀ ସବୁଜ ବନାନୀ ଗଢ଼ିଛି ମୋର ଜୀବନ |(1)


ଭାରତ ମହିମା ଭାରତ ଭାବନା କରିଛି ମୋ ମନ ସରସ,

ଭାରତର ଯଶ ଗଉରବ ଗାଥା ଦେଉଛି ମନେ ହରସ |

କି ସୁନ୍ଦର ତା'ର ବନ-ଗିରି ଲତା ଲାଗୁଛି ଚିର ନବୀନ |

ଭାରତର ମାଟି ଭାରତର ଧୂଳି ଭାରତ ପାଣି ପବନ,

ଭାରତର ନଦୀ ସବୁଜ ବନାନୀ ଗଢ଼ିଛି ମୋର ଜୀବନ |(2)



Rate this content
Log in

Similar oriya poem from Inspirational